ଆମାଜନ୍‌ରେ ମିଳିବ ଏନ୍‌ସିଇଆର୍‌ଟି ପୁସ୍ତକ

Advertisment

ଏଣିକି ଆମାଜନ୍‌ରେ ମିଳିବ ଏନ୍‌ସିଇଆରଟି ପୁସ୍ତକ। ଓଡ଼ିଶା ସମେତ ଦେଶର ୨୦ ହଜାର ପିନ୍‌କୋଡ୍‌ରେ ପୁଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ରହିଲେ ମଧ୍ୟ ପିଲାମାନେ ସହଜରେ ବହି ପାଇପାରିବେ।

ଏଣିକି ଆମାଜନ୍‌ରେ ମିଳିବ ଏନ୍‌ସିଇଆରଟି ପୁସ୍ତକ। ଓଡ଼ିଶା ସମେତ ଦେଶର ୨୦ ହଜାର ପିନ୍‌କୋଡ୍‌ରେ ପୁଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ରହିଲେ ମଧ୍ୟ ପିଲାମାନେ ସହଜରେ ବହି ପାଇପାରିବେ।

djdgjdgjgjgd

ଭୁବନେଶ୍ୱର: ଏଣିକି ଆମାଜନ୍‌ରେ ମିଳିବ ଏନ୍‌ସିଇଆରଟି ପୁସ୍ତକ। ଓଡ଼ିଶା ସମେତ ଦେଶର ୨୦ ହଜାର ପିନ୍‌କୋଡ୍‌ରେ ପୁଠ୍ୟପୁସ୍ତକ ଉପଲବ୍ଧ ହେବ। ଯେଉଁ ସ୍ଥାନରେ ରହିଲେ ମଧ୍ୟ ପିଲାମାନେ ସହଜରେ ବହି ପାଇପାରିବେ। ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ବରଂ ପାଠ୍ୟପୁସ୍ତକର ଏମ୍‌ଆରପି ଯେତିକି ରହିଥିବ ସେତିକି ଟଙ୍କାରେ ହିଁ ବହି ମିଳିବ। ଏନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏନସିଇଆରଟି ଓ ‘ଆମାଜନ ସେଲର୍ସ ପ୍ରାଇଭେଟ୍ ଲିମିଟେଡ୍‌’ ମଧ୍ୟରେ ଲେଟର୍ ଅଫ୍ ଏନଗେଜମେଣ୍ଟ(ଏଲଓଇ) ସ୍ୱାକ୍ଷରିତ ହୋଇଛି। ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ମୂଳ ଏନସିଇଆରଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ।

ଦେଶର ୨୦ ହଜାର ପିନ୍‌କୋଡ୍‌ରେ ଉପଲବ୍ଧ ହେବ
ଏବର୍ଷ ୧୫ କୋଟି ପୁସ୍ତକ ଛାପିବ ଏନ୍‌ସିଇଆର୍‌ଟି

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଆଜିର ଦିନରେ ଶିକ୍ଷାକୁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସହ ଜାତୀୟ ଶିକ୍ଷା ନୀତିର ଭିଜନ୍‌କୁ ସୁଦୃଢ଼ କରିବାକୁ ପଡ଼ିବ। ଦେଶରେ ଡିଜିଟାଲ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଦେଖାଯାଇଥିବାରୁ ଏହି ପଦକ୍ଷେପ ସରକାରଙ୍କ ‘ଇଜ୍ ଅଫ୍ ଲିଭିଂ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ। ୧୯୬୩ ମସିହାରୁ ଏନସିଇଆରଟି ପ୍ରାୟ ୨୨୦ କୋଟି ପୁସ୍ତକ ଓ ଜର୍ଣ୍ଣାଲ ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ନୂଆ ଆକାର ଦେଇଛି। ଏନ୍‌ସିଇଆରଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କ ଟ୍ୟାଙ୍କ୍। ଏନସିଇଆରଟି ଚଳିତବର୍ଷ ତିନିଗୁଣା ଅଧିକ ପୁସ୍ତକ ତଥା ୧୫ କୋଟି ପୁସ୍ତକ ପ୍ରକାଶ କରିବ। ସେହିପରି ଅମୃତ କାଳର ୩୦୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବାକୁ ନିଷ୍ପତ୍ତି ହୋଇଛି। ଇଣ୍ଟରଆକ୍ଟିଭ୍ ଓ ଏଆଇ ଦ୍ୱାରା ପରିଚାଳିତ ଇ-ପୁସ୍ତକର ବିକାଶ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସମସ୍ତ ୨୩ଟି ଭାଷାରେ ପୁସ୍ତକର ମହତ୍ତ୍ୱ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ପୁସ୍ତକ ହିଁ ଭାରତର ପ୍ରକୃତ ସଫ୍ଟପାୱାର ହେବ। ସମସ୍ତ ଶ୍ରେଣୀର ଏନ୍‌ସିଇଆରଟି ପାଠ୍ୟପୁସ୍ତକ ଆମାଜନ (http://amazon.in/ncert) ରେ ଉପଲବ୍ଧ ହେବ। ଆମାଜନର ଡେଲିଭରି ନେଟୱାର୍କ ଜରିଆରେ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ଏନସିଇଆରଟିର ନିର୍ଦ୍ଦେଶକ, ଆମାଜନର ଉପସଭାପତି ଓ ଆମାଜନର ପବ୍ଲିକ ପଲିସି ନିର୍ଦ୍ଦେଶକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe