ଆଦାନୀ ରେଳ ସାଇଡ଼ିଂ ନିର୍ମାଣ ବେଳେ ଅଘଟଣ: ମାଟି ଅତଡ଼ା ଧସି ୪ ମହିଳା ଶ୍ରମିକ ଆହତ

Advertisment

ଲହୁଣିପଡ଼ା ଥାନା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଖଣ୍ଡାଧାର ଓଏମ୍‌ସି କୁର୍ମିତର ଲୌହଖଣିର ଡି-୨ ଲୋଡିଂ ସାଇଡିଂରେ ଦୁର୍ଘଟଣା ଘଟି ୪ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସାଇଡିଂଟି କୁର୍ମିତର ଖଣିରୁ ୧୦ କିମି ଦୂର ବରସୁଆଁ ଦମାଳୁଠାରେ ରହିଛି।

ଲହୁଣିପଡ଼ା ଥାନା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଖଣ୍ଡାଧାର ଓଏମ୍‌ସି କୁର୍ମିତର ଲୌହଖଣିର ଡି-୨ ଲୋଡିଂ ସାଇଡିଂରେ ଦୁର୍ଘଟଣା ଘଟି ୪ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସାଇଡିଂଟି କୁର୍ମିତର ଖଣିରୁ ୧୦ କିମି ଦୂର ବରସୁଆଁ ଦମାଳୁଠାରେ ରହିଛି।

gdhhgdbvcbv

କୋଇଡ଼ା/ରାଜାମୁଣ୍ଡା: ଲହୁଣିପଡ଼ା ଥାନା କୋଇଡ଼ା ଖଣିମଣ୍ଡଳ ଅନ୍ତର୍ଗତ ଖଣ୍ଡାଧାର ଓଏମ୍‌ସି କୁର୍ମିତର ଲୌହଖଣିର ଡି-୨ ଲୋଡିଂ ସାଇଡିଂରେ ଦୁର୍ଘଟଣା ଘଟି ୪ ଜଣ ମହିଳା ଶ୍ରମିକ ଆହତ ହୋଇଛନ୍ତି। ସାଇଡିଂଟି କୁର୍ମିତର ଖଣିରୁ ୧୦ କିମି ଦୂର ବରସୁଆଁ ଦମାଳୁଠାରେ ରହିଛି। ଉକ୍ତ ରେଳ ସାଇଡିଂର ନିର୍ମାଣ କାମ ଚାଲିଥିବାବେଳେ ମାଟି ଅତଡ଼ା ଖସିଥିଲା। ଫଳରେ ସେଠାରେ କାମ କରୁଥିବା ୪ ଜଣ ମହିଳା ଶ୍ରମିକ ଅଗସ୍ତି ମୁଣ୍ଡା, ହାଲାନି ଟପ୍ନୋ, ଫୁଲମଣି ଟପ୍ନୋ ଓ ମନିତ୍ ମୁନି ଟପ୍ନୋ ମାଟିତଳେ ଚାପି ହୋଇ ଆହତ ହୋଇଥିଲେ।

ଜେସିବି ମେସିନ୍‌ ସହାୟତାରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବଣାଇ ଓ ପରେ ରାଉରକେଲା ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଇଥିଲା। ୨ ଜଣଙ୍କୁ ଚିକିତ୍ସା ପରେ ଛାଡ଼ି ଦିଆ ଯାଇଥିବା ଜଣାପଡ଼ିଛି। ଅନ୍ୟ ୨ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏଠାରେ ଓଏମ୍‌ସି ପାଇଁ ଆଦାନୀ ଖଣି ଖନନ କାର୍ଯ୍ୟ କରୁଛି। ଆଦାନୀ ପକ୍ଷରୁ ପାୱାରମେକ୍ ନାମକ ଏକ ସଂସ୍ଥା ଦ୍ୱାରା ସାଇଡିଂ ନିର୍ମାଣ କାମ କରାଯାଉଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe