ଏନ୍.ସି.ଏନ୍.ଏଫ୍ ଓଡ଼ିଶା ଶାଖାର ରାଜ୍ୟ ସମ୍ମିଳନୀରେ ପ୍ରାକୃତିକ କୃଷି ପାଇଁ ପ୍ରସ୍ତାବ ଗୃହୀତ

Advertisment
ଏନ୍.ସି.ଏନ୍.ଏଫ୍ ଓଡ଼ିଶା ଶାଖାର ରାଜ୍ୟ ସମ୍ମିଳନୀରେ ପ୍ରାକୃତିକ କୃଷି ପାଇଁ ପ୍ରସ୍ତାବ ଗୃହୀତ

ଭୁବନେଶ୍ବର: ଦିନକୁ ଦିନ ଦେଶୀ ପ୍ରଣାଳୀରେ ପ୍ରସ୍ତୁତ ଖାଦ୍ୟଶସ୍ୟର ଚାହିଦା ବଢ଼ୁଛି। ପ୍ରାକୃତିକ ଚାଷ ପାଇଁ ଆବଶ୍ୟକ ପଦକ୍ଷେପକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ସଂଗଠନର ଓଡ଼ିଶା ଶାଖାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ସ୍ଥାନୀୟ ସି.ୱାଇ.ଏସ.ଡି ଆଲୋଚନା କକ୍ଷରେ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଦାନର କ୍ଷେତ୍ର ସଂପର୍କ ଅଧିକାରୀ ଦୋଳଗୋବିନ୍ଦ ପଣ୍ଡା ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କୁ ସ୍ବାଗତ କରିବା ସହିତ ଆଲୋଚନାଚକ୍ରର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଏନ୍.ସି.ଏନ୍.ଏଫ୍ ଓଡ଼ିଶା ଶାଖାର ରାଜ୍ୟ ଆବାହକ ଗୋବିନ୍ଦ ଦଳାଇ ସ୍ବାଗତ ଅଭିଭାଷଣ ଦେବାସହ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ଖାଦର ୱଲିଙ୍କ ମିଲେଟ୍ ଉପରେ ଆଧାରିତ ପୁସ୍ତକର ଓଡ଼ିଆ ଅନୁବାଦ ପୁସ୍ତକ ଉନ୍ମୋଚନ କରିବା ଅବସରରେ କୃଷି ବିଭାଗର ସ୍କିମ୍ ଅଫିସର ପ୍ରଦୀପ ସେଠୀ ଅଂଶଗ୍ରହଣ କରି ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଯୋଜନା ଏବଂ ସେଥିପାଇଁ ଆବଶ୍ୟକୀୟ ମାନସିକତା ବିଷୟରେ ଗୁରୁତ୍ବ ଦେଇଥିଲେ। ପ୍ରାକୃତିକ ଚାଷ ବିଶେଷଜ୍ଞ ଡଃ ଏନ୍.କେ. ମହାକୁଡ଼, ଅବସରପ୍ରାପ୍ତ ପୂର୍ବତନ ମୁଖ୍ୟ ବିଶେଷଜ୍ଞ ଏକାଦଶୀ ନନ୍ଦୀ, ପ୍ରଦାନର ବରିଷ୍ଠ ଅଧିକାରୀ ସୁରଜିତ ବେହେରା, ଆର.ସି.ଡି.ସିର ନିର୍ଦ୍ଦେଶକ ସୁରେଶ ବିଶୋୟୀ, ସି.ୱାଇ.ଏସ୍.ଡିର ରମେଶ ସ୍ବାଇଁ, ୱାସନର ସଦସ୍ୟ ରତିକାନ୍ତ, ସୁନୀଲ, ଦରବାର ସାହିତ୍ୟ ସଂସଦର କେଦାର ଚୌଧୁରୀ, ନିର୍ମାଣର କାର୍ଯ୍ୟକାରୀ ନିର୍ଦ୍ଦେଶକ ପ୍ରଶାନ୍ତ ମହାନ୍ତି, ସୃଷ୍ଟିର ମୁ୍ଖ୍ୟ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଶଂକର୍ଷଣ ବେହେରା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe