ମୁଖ୍ୟ ସଚିବଙ୍କୁ ଭେଟିଲେ ଏନ୍‌ଡିଆର୍‌ଏଫ୍ ଡିଜି

ପୁନରୁଦ୍ଧାର କାର୍ଯ୍ୟରେ ୫୦ ଏନ୍‌ଡିଆର୍‌ଏଫ୍ ଟିମ୍ ନିୟୋଜିତ ହୋଇଛନ୍ତି

ମୁଖ୍ୟ ସଚିବଙ୍କୁ ଭେଟିଲେ ଏନ୍‌ଡିଆର୍‌ଏଫ୍ ଡିଜି

ଭୁବନେଶ୍ବର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଡିଆର୍‌ଏଫ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି। ନିଜେ ଏନ୍‌ଡିଆର୍‌ଏଫ୍ ଡିଜି ଏସ୍ ଏନ୍ ପ୍ରଧାନ ଓଡ଼ିଶାରେ ରହି କାର୍ଯ୍ୟର ତଦାରଖ କରୁଛନ୍ତି। ଆଜି ଶ୍ରୀ ପ୍ରଧାନ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ଗଣମାଧ୍ୟମକୁ ସେ କହିଥିଲେ, କେରଳ ବନ୍ୟା ପରେ ସର୍ବାଧିକ ଏନ୍‌ଡିଆର୍‌ଏଫ୍ ଟିମ୍ ଓଡ଼ିଶାର ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏବେ ୫୦ଟି ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ବିପର୍ଯ୍ୟୟ ବହୁତ ବଡ଼ ଆକାରରେ ହୋଇଛି। ପୁନରୁଦ୍ଧାର ପାଇଁ ଯଥେଷ୍ଟ ସମୟ ଲାଗିବ। ଏବେ ବିଜୁଳି ଯୋଗାଣ ସ୍ବାଭାବିକ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍ ଏହି କାର୍ଯ୍ୟରେ ସେସୁକୁ ସହଯୋଗ କରୁଛନ୍ତି। କାମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ କୋଲକାତାରୁ ୧୫ଟି ଗ୍ୟାସ୍ କଟର୍ ଓ ୫ଟି ପ୍ଲାଜମା କଟର୍ ମଗାଯାଇଛି। ଯେ ପର୍ଯ୍ୟନ୍ତ ଓଡ଼ିଶା ସରକାର ଓ ସ୍ଥାନୀୟ ପ୍ରଶାସନ ଆବଶ୍ୟକତା କରିବେ, ସେତେ ଦିନ ପର୍ଯ୍ୟନ୍ତ ଏନ୍‌ଡିଆର୍‌ଏଫ୍ ଟିମ୍ ଏଠାରେ ରହି କାମ କରିବ। ପୁରୀ ଓ ଭୁବନେଶ୍ବରର ବହୁ ବାସିନ୍ଦା ଆମକୁ କାମରେ ସହଯୋଗ କରୁଛନ୍ତି। କାମ ବେଳେ ଏନ୍‌ଡିଆର୍‌ଏଫ୍‌ର ୩/୪ ଜଣ ସଦସ୍ୟ ଆହତ ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe