ମହିଳାଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ତୁଷୁରା: ତୁଷୁରାରୁ ଦେଓଗାଁ ରାସ୍ତାକୁ ଯାଉଥିବା ଜଣେ ମହିଳାଙ୍କ ବେକରୁ ଶୁକ୍ରବାର ସୁନାଚେନ୍‌ ଲୁଟ୍‌ ହୋଇଛି। ଏନେଇ ତୁଷୁରା ଥାନାରେ ଅଭିଯୋଗ ହୋଇଛି। ପୁଲିସର ସୂଚନା ଅନୁସାରେ, କଳାହାଣ୍ତି ଜିଲ୍ଲା ମ.ରାମପୁରର ବିନୋଦ ବିହାରୀ ହେର୍ଣ୍ଣା ଓ ତାଙ୍କ ସ୍ତ୍ରୀ ବାଇକ୍‌ ଯୋଗେ ଦେଓଗାଁ ବ୍ଲକ୍‌ ରାଏପାଲି ଗାଁକୁ ଦିନ ପ୍ରାୟ ୧୨ ସମୟରେ ଯାଉଥିଲେ।

ଏହି ସମୟରେ ତୁଷୁରା ଉଡ଼ାଜାହାଜ ପଡ଼ିଆ ଓ ନରସିଂହପୁର ଛକ ମଝିରେ ଜଣେ ଦୁର୍ବୃତ୍ତ କଳା ରଙ୍ଗର ବାଇକ୍‌ରେ ଦ୍ରୁତ ଗତିରେ ଆସି ବାଇକ୍‌ ପଛପଟେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଇ ଦେଓଗାଁ ପଟକୁ ଫେରାର ମାରିଥିଲା। ଅଭିଯୋଗ ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଆଖପାଖରେ ଲାଗିଥିବା ସିସିଟିଭି ଯାଂଚ କରିଥିଲା। ପୁଲିସ ଏକ ଲୁଟ ମାମଲୁ ରୁଜୁ କରି ତଦନ୍ତ କରୁଛି ବୋଲି ଥାନାଧିକାରୀ ସଂଜୀବ ପଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe