ଜଳ, ଜଙ୍ଗଲ, ଜମିର ସୁରକ୍ଷା ଲୋଡ଼ା: ଜଙ୍ଗଲ ମନ୍ତ୍ରୀ

Advertisment

ବିଶ୍ବ ଆମକୁ ଯାହା ଦେଇଥିଲା ସେଥିରୁ ୬୦ରୁ ୭୦ ପ୍ରତିଶତ ବ୍ୟବହାର କରି ସାରିଲୁଣି। ଏବେ ସମୟ ଆସିଛି ଆମ ପରିବେଶ ଓ ଜୈବ ବିବିଧତାର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ।

ବିଶ୍ବ ଆମକୁ ଯାହା ଦେଇଥିଲା ସେଥିରୁ ୬୦ରୁ ୭୦ ପ୍ରତିଶତ ବ୍ୟବହାର କରି ସାରିଲୁଣି। ଏବେ ସମୟ ଆସିଛି ଆମ ପରିବେଶ ଓ ଜୈବ ବିବିଧତାର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ।

hkhfkhhkhk

ଭୁବନେଶ୍ୱର: ବିଶ୍ବ ଆମକୁ ଯାହା ଦେଇଥିଲା ସେଥିରୁ ୬୦ରୁ ୭୦ ପ୍ରତିଶତ ବ୍ୟବହାର କରି ସାରିଲୁଣି। ଏବେ ସମୟ ଆସିଛି ଆମ ପରିବେଶ ଓ ଜୈବ ବିବିଧତାର ସଂରକ୍ଷଣ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। କାରଣ ଓଡ଼ିଶାର ଜୈବ ବିବିଧତା ଦେଶର ୪ର୍ଥ ସ୍ଥାନରେ ରହିଛି। ଏଠାରେ ୩୬% ଅଞ୍ଚଳରେ ଜଙ୍ଗଲ ରହିଛି, ଯାହାର ସୁରକ୍ଷା ଏବେ ଆମ ପାଇଁ ବଡ଼ ଆହ୍ବାନ ପାଲଟିଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚାଷଜମି କମୁଛି। ଶିଳ୍ପ ସଂସ୍ଥା ବୃଦ୍ଧି ଓ ଖଣି ଖନନ ଦ୍ବାରା ପ୍ରଦୂଷଣ ବଢ଼ୁଛି। ଦେଶର ପ୍ରଦୂଷିତ ୧୩୧ଟି ସହର ମଧ୍ୟରେ ଓଡ଼ିଶାର ୭ଟି ରହିଛି। ଶିଳ୍ପ ସଂସ୍ଥାରୁ ନିର୍ଗତ ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷିତ କରିବା ସହ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ରାଜ୍ୟରେ ଜଙ୍ଗଲ ସମ୍ପଦ ବୃଦ୍ଧି ସହ ଯାହା ରହିଛି ‌ତାହାର ସଂରକ୍ଷଣ ମଧ୍ୟ ଆବଶ୍ୟକ। ଚଳିତବର୍ଷ ରାଜ୍ୟରେ ୫ କୋଟି ଚାରା ଲଗାଯାଇଛି। ଆହୁରି ବ୍ୟାପକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ଜଳ, ଜଙ୍ଗଲ, ଜମିକୁ ସୁରକ୍ଷା ଦେଇ ପୁନଶ୍ଚ ପୃଥିବୀ ସୃଷ୍ଟି ‌ଦିଗରେ କାମ କରିବାକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆହ୍ବାନ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ ଉପରେ ଜାତୀୟ ସମ୍ମିଳନୀ

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ(ଆଇସିସି)ର ମିଳିତ ସହଯୋଗରେ ଆଜି ଏକ ହୋଟେଲରେ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ’ ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଏହା କହିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଉପ ମହାନିର୍ଦ୍ଦେଶକ ଆର୍ତ୍ତତ୍ରାଣ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟା ଦ୍ବାରା ଦେଶର ଜଳବାୟୁ ବହୁ ପରିମାଣରେ ପ୍ରଭାବିତ ହେଉଛି। ତେଣୁ ଜମି ଅଭାବ, ଜଳ ସଙ୍କଟ, ଖାଦ୍ୟ ନିରାପତ୍ତା ପରି ସମସ୍ୟା ଏବେ ଦେଖା ଦେଉଛି। ଏବେ ସମୟ ଆସିଛି ଆମ ଜୀବନଶୈଳୀରେ ପରିବର୍ତ୍ତନ କରିବାକୁ ପଡ଼ିବ। ବ୍ୟାପକ ବୃକ୍ଷରୋଷଣ ସହ ପରିବେଶ ସନ୍ତୁଳନ ରଖିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ସେ କହିଥିଲେ।

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ. ମୁରୁଗେସନ୍‌, ବିଭାଗୀୟ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରେମ୍‌ କୁମାର ଝା, କାରଖାନା ଓ ବାଷ୍ପୀୟ ନିର୍ଦ୍ଦେଶାଳୟ ଉପ ନିର୍ଦ୍ଦେଶକ ମଳୟ କୁମାର ପ୍ରଧାନ, ଜିନ୍ଦଲ ଷ୍ଟିଲ ଓ ପାୱାର ଲିମିଟେଡ୍ ଉପ ସଭାପତି ବିଭୂ ପ୍ରସାଦ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏସଏନଏମ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ପ୍ରବୋଧ ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିବା ବେଳେ ଆଇସିସି ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ ଇଏସଏଚ୍ କମିଟି ଆବାହକ ଏନ୍‌ ଆର ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ଆଇସିସି ଓଡ଼ିଶା ଷ୍ଟେଟ୍‌ କାଉନସିଲ୍‌ର ଅଧ୍ୟକ୍ଷ ରାଜୀବ ଏସ୍. ସାହୁ ସ୍ୱାଗତ ଭାଷଣ ଏବଂ ଆଇସିସି ଇଏସଏଚ୍‌ କମିଟି ସହ ଆବାହକ ରାଜେଶ କାନୁନ୍‌ଗୋ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe