Odisha Sun Times
ଭୁବନେଶ୍ୱର: ନ୍ୟାସନାଲ ଇଲିଜିବିଲିଟି କମ୍ ଏଣ୍ଟ୍ରାନସ୍ ଟେଷ୍ଟ (ୟୁଜି) ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ୧୯,୨୪୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ରେଜଲ୍ଟ ଘୋଷଣା କରାଯାଇଛି।
ଏହି ପରୀକ୍ଷାରେ ଓଡ଼ିଶାରୁ ୩୫,୦୯୩ ଜଣ ଛାତ୍ରୀଛାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ୩୨,୩୭୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାରୁ ପାସ୍ ହାର ୫୯.୪୪ ପ୍ରତିଶତ ବୋଲି ଜଣାପଡ଼ିଛି।
ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ଗତ ମେ’ ମାସ ୫ ଓ ମେ’ ମାସ ୨୦ରେ ପରିଚାଳନା କରାଯାଇଥିବା ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏମବିବିଏସ/ବିଡିସ ପାଠ୍ୟକ୍ରମରେ ନାମ ଲେଖାଇ ପାରିବେ।
Follow Us