ଅଗଷ୍ଟ ୮ ଯାଏ ନିଟ୍‌ ଆବେଦନ, ଓଡ଼ିଆ ଭାଷାରେ ଆସିବ ପ୍ରଶ୍ନପତ୍ର

ନିଟ୍‌-ୟୁଜି ପାଇଁ ରେକର୍ଡ ସଂଖ୍ୟକ ପଞ୍ଜୀକରଣ: ଡାକ୍ତର ହେବାକୁ ଛାତ୍ରୀଙ୍କ ମନ

ଭୁବନେଶ୍ବର: ୨୦୨୧ରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ସେପ୍ଟେମ୍ବର ୧୨ରେ ଏନ୍‌ଇଇଟି(ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌)-ୟୁଜି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାଠାରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ଅଗଷ୍ଟ ୬ ପର୍ଯ୍ୟନ୍ତ ଜାରି ରହିବ। ଛାତ୍ରଛାତ୍ରୀ neet.nta.nic.in ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ ସହ ଅଗଷ୍ଟ ୭ ରାତି ୧୧ଟା ୫୦ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ ଦାଖଲ କରିପାରିବେ। ଅଗଷ୍ଟ ୮ରୁ ୧୨ ମଧ୍ୟରେ ଆବେଦନକାରୀ ୱେବସାଇଟ୍‌ରେ ଆପ୍ଲିକେସନ ଫର୍ମରେ ସଂଶୋଧନ କରିପାରିବେ।

ଚଳିତବର୍ଷ ଓଡ଼ିଆ ସମେତ ୧୩ଟି ଭାଷା ଯଥା ଇଂରାଜୀ, ହିନ୍ଦୀ, ଆସାମିଜ୍‌, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁରେ ପ୍ରଶ୍ନପତ୍ର ଆସିବ। କେଉଁ ସହରରେ ପରୀକ୍ଷା କେନ୍ଦ୍ର କରାଯିବ, ସେନେଇ ଅଗଷ୍ଟ ୨୦ରେ ଘୋଷଣା ହେବ। ପରୀକ୍ଷାର ୩ଦିନ ପୂର୍ବରୁ ପରୀକ୍ଷାର୍ଥୀ ଏନ୍‌ଟିଏ ୱେବସାଇଟ୍‌ରୁ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ଼ କରିପାରିବେ। ସେପ୍ଟେମ୍ବର ୧୨ରେ ହେବାକୁ ଥିବା ନିଟ୍‌ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଚାଲିବ। ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡରେ ପରୀକ୍ଷା କେନ୍ଦ୍ର, ତାରିଖ ଓ ସିଫ୍ଟ ସମ୍ପର୍କରେ ଉଲ୍ଲେଖ ରହିବ। ପରୀକ୍ଷାଫଳ କେବେ ବାହାରିବ, ସେନେଇ ଏନ୍‌ଟିଏ ୱେବସାଇଟ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବ। ଛାତ୍ରଛାତ୍ରୀ ଓ ଅଭିଭାବକ ନିୟମିତ ଭାବେ www.nta.ac.in ଓ https://ntaneet.nic.in ୱେବସାଇଟ୍‌ ପରିଦର୍ଶନ କରିବାକୁ ଏନ୍‌ଟିଏ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧୨ରେ ନିଟ୍‌ ହେବା ନେଇ ଗତକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ସୂଚନା ଦେଇଥିଲେ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ସମୟରେ ସାମାଜିକ ଦୂରତାକୁ ଅଧିକ ପ୍ରାଧାନ୍ୟ ଦିଆଯିବ। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ୧୯୮କୁ ବୃଦ୍ଧି କରାଯାଇଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ, ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯିବ। ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ। ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe