ପରୀକ୍ଷା କେନ୍ଦ୍ରରେ ଦିଆଯିବ କଲମ

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ରେ ନିଟ୍‌

ପରୀକ୍ଷା କେନ୍ଦ୍ରରେ ଦିଆଯିବ କଲମ

ଭୁବନେଶ୍ୱର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ମେ’ ୬ରେ ଅନୁଷ୍ଠିତ ହେବ ନ୍ୟାସନାଲ ଏଲିଜିବୁଲ୍‌ କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌)। ଏଥିଲାଗି ଫେବ୍ରୁଆରି ୮ରୁ ଆରମ୍ଭ ହୋଇଥିବା ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ଆଶାୟୀ ପରୀକ୍ଷାର୍ଥୀ ‘www.cbseneet.nic.in’ ମାଧ୍ୟମରେ ଆବେଦନ କରିପାରିବେ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ରେ ଫି’ ଦାଖଲ କରି ହେବ। ଏପ୍ରିଲ ଦ୍ୱିତୀୟ ସପ୍ତାହରେ େଓ୍ଵବସାଇଟ୍‌ରେ ଆଡମିଟ୍‌ କାର୍ଡ ଉପଲବ୍ଧ ହେବ ବୋଲି ସିବିଏସ୍‌ଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

publive-imageମେ’ ୬ରେ ହେବାକୁ ଥିବା ପରୀକ୍ଷା ଲାଗି ଏଥର କଡ଼ା ନିୟମ କରାଯାଇଛି। ପୂର୍ବାହ୍ନ ୧୦ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ସକାଳ ୭ଟା ୩୦ରୁ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ଛଡ଼ାଯିବ। ସକାଳ ୭ଟା ୩୦ରୁ ୯ଟା ୪୫ ପର୍ଯ୍ୟନ୍ତ ପରୀକ୍ଷା ନିରୀକ୍ଷକମାନେ ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ଯାଞ୍ଚ କରିବେ। ୯ଟା ୩୦ ପରେ କୌଣସି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ୯ଟା ୪୫ରେ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଦିଆଯିବ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ସମୟରେ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଓ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଆଣିବା ବାଧ୍ୟତାମୂଳକ ହୋଇଛି। କେନ୍ଦ୍ର ପରିସରରେ ପରୀକ୍ଷାର୍ଥୀଙ୍କୁ କଲମ ଯୋଗାଇ ଦିଆଯିବ।

ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଓପନ୍‌ ସ୍କୁଲିଂ ଏବଂ ଘରୋଇ ଭାବେ ଯୁକ୍ତ୨ ପାସ୍‌ କରିଥିବା ପରୀକ୍ଷାର୍ଥୀ ଓ ଯୁକ୍ତ୨ରେ ବାୟୋଲୋଜି ଓ ବାୟୋ ଟେକ୍ନୋଲୋଜିକୁ ଅତିରିକ୍ତ ବିଷୟ ଭାବେ ରଖି ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀ ନିଟ୍‌ ଦବା ଲାଗି ଯୋଗ୍ୟ ହେବେ ନାହିଁ। ପରୀକ୍ଷାର୍ଥୀଙ୍କ ଲାଗି ଆଧାର କାର୍ଡ ବାଧ୍ୟତାମୂଳକ ହୋଇଛି। ଜୁନ୍‌ ୫ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରାଯିବ।ପରୀକ୍ଷା ଲାଗି ସାରା ଦେଶରେ ୧୫୦ଟି ସହରରେ ପରୀକ୍ଷା କେନ୍ଦ୍ର କରାଯିବ। ଏଥିରେ ଓଡ଼ିଶାର ୭ଟି ସହର ରହିଛି। ଭୁବନେଶ୍ୱର ସମେତ କଟକ, ଅନୁଗୁଳ, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁରରେ ନିଟ୍‌-୨୦୧୮ ପାଇଁ ପରୀକ୍ଷା କେନ୍ଦ୍ର ହେବ ବୋଲି ସିବିଏସ୍‌ଇ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe