ମେ’ ୬ରେ ନିଟ୍‌!

Advertisment
ମେ’ ୬ରେ ନିଟ୍‌!

ଭୁବନେଶ୍ୱର : ମେଡିକାଲ କଲେଜଗୁଡ଼ିକର ଏମବିବିଏସ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ ଅର୍ଥାତ୍‌ ମେ’ ମାସର ପ୍ରଥମ ରବିବାର ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ଅନୁଷ୍ଠିତ ହେବ। ପୂର୍ବବର୍ଷଗୁଡ଼ିକ ପରି ଏଥର ମଧ୍ୟ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ୍‌ ଆବେଦନ କରିପାରିବେ। ଜୁନ୍‌ ପ୍ରଥମ ସପ୍ତାହରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଥିବା ବେଳେ ଜୁନ୍‌ ୧୨ରୁ ପ୍ରଥମ ପର୍ଯ୍ୟାୟ ସର୍ବଭାରତୀୟ ମେଡିକାଲ୍‌ କାଉନସେଲିଂ ଆରମ୍ଭ ହୋଇ ୨୪ ତାରିଖରେ ସରିବ। ଜୁନ୍‌ ୨୫ରୁ ପ୍ରଥମ ପର୍ଯ୍ୟାୟ ରାଜ୍ୟସ୍ତରୀୟ ମେଡିକାଲ୍‌ କାଉନସେଲିଂ ଆରମ୍ଭ ହୋଇ ଜୁଲାଇ ୫ରେ ସରିବ। ଅଗଷ୍ଟ ୩୧ ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ। ଏନେଇ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସିବିଏସ୍‌ଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe