ସରିଲା ନିଟ୍‌, ଅଗଷ୍ଟ ୧୬ ସୁଦ୍ଧା ଫଳ

Advertisment
ସରିଲା ନିଟ୍‌, ଅଗଷ୍ଟ ୧୬ ସୁଦ୍ଧା ଫଳ

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନିଟ୍‌ (ୟୁଜି) ପରୀକ୍ଷା ରବିବାର ଦିନ ଅନୁଷ୍ଠିତ ହୋଇଛି। ଗୋଟିଏ ସିଟିଂରେ ଅପରାହ୍ନ ୨ଟାରୁ ୫ଟା ୨୦ ମଧ୍ୟରେ ଦେଶର ୫୪୩ ସହର ସମେତ ବିଦେଶର ୧୪ଟି ସହରରେ ସୁରୁଖୁରୁରେ ପରୀକ୍ଷା ଶେଷ ହୋଇଛି। କ‌ରୋନା କଟକଣା ମଧ୍ୟରେ ଦେଶରେ ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ ଏହି ପ୍ରବେଶିକା ପରୀକ୍ଷା ଦେଇଥିବା ବେଳେ ଓଡ଼ିଶାର ପାଖାପାଖି ୪୦ ହଜାର ପରୀକ୍ଷାର୍ଥୀ ରହିଛନ୍ତି।

ପୂର୍ବ ବର୍ଷଗୁଡ଼ିକ ପରି ଏଥର ମଧ୍ୟ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା, ଗୁଜୁରାଟି, କନ୍ନଡ, ମାଲାୟଲମ୍‌, ମରାଠି, ପଞ୍ଜାବୀ, ତାମିଲ, ତେଲଗୁ ଓ ଉର୍ଦ୍ଦୁ ପରି ୧୩ଟି ଭାଷାରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି। ପରୀକ୍ଷାରେ ୨୦୦ ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ଆସିଥିଲା। ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ବିଷୟରୁ ପ୍ରଶ୍ନଗୁଡ଼ିକ ଆସିଥିବାରୁ ଛାତ୍ରଛାତ୍ରୀ ଖୁସିବ୍ୟକ୍ତ କରିଥିଲେ। ଗତବର୍ଷ ଅପେକ୍ଷା ଏଥର ସହଜ ପ୍ରଶ୍ନ ଆସିଥିବା ପରୀକ୍ଷାର୍ଥୀ କହିଛନ୍ତି। ଅଗଷ୍ଟ ୧୬ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପରୀକ୍ଷା ପରିଚାଳନା କରିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe