ଓଜେଇଇ ନାମଲେଖା-କାଉନସେଲିଂ ପାଇଁ ନାମ ପଂଜିକରଣ କରିପାରିବେ ନିଟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

ଓଜେଇଇ ନାମଲେଖା-କାଉନସେଲିଂ ପାଇଁ ନାମ ପଂଜିକରଣ କରିପାରିବେ ନିଟ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ

Odisha Sun Times

ଭୁବନେଶ୍ୱର: ନିଟ୍‌ (ୟୁଜି) ୨୦୧୯ରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ନାମଲେଖା-କାଉନସେଲିଂ ପ୍ରକ୍ରିୟାରେ ନିଜର ନାମ ପଂଜିକରଣ କରିପାରିବେ। ଏମ୍‌ବିବିଏସ୍‌/ବିଡିଏସ୍‌ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଓଜେଇଇର ୱେବ୍‌ସାଇଟ୍‌ ojee.nic.inରେ ପଂଜିକରଣ କରିବାକୁ ପଡ଼ିବ। ଶିକ୍ଷା ବର୍ଷ ୨୦୧୯-୨୦ ପାଇଁ ରାଜ୍ୟରେ ଥିବା ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ ଓ ଡେଣ୍ଟାଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ମିଳିବ।

ନାମ ଲେଖାଇବା ପାଇଁ ୨୦୧୯ ଜୁନ ୨୫ ଶେଷ ତାରିଖ ଥିବା ବେଳେ ଏହାକୁ ୨୦୧୯ ଜୁନ ୨୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଜୁନ ୨୬ରୁ ୨୯ ଯାଏଁ ପୂର୍ବରୁ ଆବେଦନ ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଥିବା ବେଳେ ଏବେ ଏହା ଜୁନ ୨୮ରୁ ୩୦ ମଧ୍ୟରେ ହେବ। ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଜୁନ ୨୭ରୁ ୨୯ ମଧ୍ୟରେ ଆବେଦନ ଗୁଡ଼ିକ ଯାଞ୍ଚ ହେବ। ଜୁଲାଇ ୧ରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe