ସରିଲା ନିଟ୍‌-ୟୁଜି ପରୀକ୍ଷା

Advertisment
ସରିଲା ନିଟ୍‌-ୟୁଜି ପରୀକ୍ଷା

ଭୁବନେଶ୍ବର : ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନିଟ୍‌-ୟୁଜି ପରୀକ୍ଷା ସୁରୁଖୁରରେ ସରିଛି। ଏହି ପରୀକ୍ଷା ଲାଗି ଚଳିତବର୍ଷ ସାରା ଦେଶରେ ୨୦ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷାରେ ଅଂଶଗ୍ରହଣ କରିଛନ୍ତି। ଦେଶର ୪୯୯ ସହର ଓ ବିଦେଶର ୧୪ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ମାତ୍ର ମଣିପୁରରେ ଲାଗି ରହିଥିବା ହିଂସା ଲାଗି ଆଜି ସେଠାରେ ହେବାକୁ ଥିବା ନିଟ୍‌-ୟୁଜି ପରୀକ୍ଷାକୁ ବାତିଲ୍‌ କରାଯାଇଛି। ପରବର୍ତ୍ତୀ ସମୟରେ ଆଉ ଏକ ତାରିଖରେ ପରୀକ୍ଷା କରାଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ କୁହାଯାଇଛି।

ଓଡ଼ିଶାର ୨୭ଟି ସହରରେ ୧୨୫ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ପରୀକ୍ଷା ଲାଗି ୫୬ ହଜାର ୯୮୯ଜଣ ପଞ୍ଜୀକରଣ କରିଥିବା ବେଳେ କେବଳ ଭୁବନେଶ୍ୱରରେ ୩୧ଟି କେନ୍ଦ୍ରରେ ୧୪ ହଜାର ୪୮୧ଜଣ ପରୀକ୍ଷାର୍ଥୀ ରହିଥିଲେ। ଅପରାହ୍ଣ ୨ଟାରୁ ୫ଟା ୨୦ ମଧ୍ୟରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରାୟ ୯୦% ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ୪ଟି ଭାଷା ଯଥା ଇଂରାଜୀ, ହିନ୍ଦୀ, ଓଡ଼ିଆ ସମେତ ଉର୍ଦ୍ଦୁ ଭାଷାରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।

ଏହି ଗୁରୁତ୍ବପୂର୍ଣ୍ଣ ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବଢ଼ାଯାଇଥିଲା। କାଗଜ ଓ କଲମରେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଲାଗି ଡ୍ରେସ୍‌କୋଡ୍ ଲାଗୁ ହୋଇଥିଲା। ମୋବାଇଲ୍, ଇୟର ଫୋନ୍, ପେନ୍ ଡ୍ରାଇଭ୍, ମାଇକ୍ରୋଫୋନ୍, ଘଣ୍ଟା ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ପରୀକ୍ଷା ହଲ୍‌କୁ ନେବାକୁ ଅନୁମତି ନ ଥିଲା। ପାଣି ବୋତଲ ଉପରେ ମଧ୍ୟ କଟକଣା ଲାଗିଥିଲା। ମଧୁମେହ କିମ୍ବା ଅନ୍ୟ କୌଣସି ଜଟିଳ ରୋଗରେ ଥିବା ପରୀକ୍ଷାର୍ଥୀଙ୍କ ଲାଗି ଖାଦ୍ୟ, ଔଷଧ ଓ ଟ୍ରାନ୍ସପେରେଣ୍ଟ ପାଣି ବୋତଲ ନେବାକୁ ଅନୁମତି ଦିଆଯାଇଥିଲା। ପେନ୍-ପେନ୍‌ସିଲ୍, ରବର, କାଗଜ, ସ୍କେଲ୍, କାଲ୍‌କ୍ୟୁଲେଟର, ଜ୍ୟାମିତି ବାକ୍ସ, ଲଗ୍ ଟେବୁଲ୍, ପର୍ସ, ବେଲ୍ଟ, ଚଷମା, ଟୋପି, ଅଳଙ୍କାର, କ୍ୟାମେରା ଆଦି ସାମଗ୍ରୀ ନେବାକୁ ଅନୁମତି ଦିଆଯାଇନଥିଲା। ଯେଉଁମାନେ ଉକ୍ତ ସାମଗ୍ରୀ ଆଣିଥିଲେ, ସେମାନେ ବାହାରେ ରଖି କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe