ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ରକୁ ଅବହେଳା ପ୍ରସଙ୍ଗ: କୃଷି ସଚିବଙ୍କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

Advertisment
ଓଡ଼ିଶାର ଏକମାତ୍ର କପା ଗବେଷଣା କେନ୍ଦ୍ରକୁ ଅବହେଳା ପ୍ରସଙ୍ଗ: କୃଷି ସଚିବଙ୍କୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ରାଜ୍ୟର ଏକମାତ୍ର କପା ଗବେଷଣା କେନ୍ଦ୍ର ରହିଛି। ଏହି କେନ୍ଦ୍ର ବିଭିନ୍ନ ସମସ୍ୟା ଦେଇ ଗତି କରୁଥିଲେ ମଧ୍ୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେଉ ନଥିବା ନେଇ ‘ସମ୍ବାଦରେ ଗତ ମେ ୧୬ ତାରିଖରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶିତ ପରେ ମୁଖ୍ୟ ଶାସନ ସଚିବ ଏନେଇ ଅନୁଧ୍ୟାନ କରିବାକୁ କୃଷି ସଚିବଙ୍କୁ ନିର୍ଦ୍ଦେଶ ଦେବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରକାଶ ଯେ, କପା ଗବେଷଣା କେନ୍ଦ୍ରରେ ଜିନିଂ ମିଲ ଓ ଡିଲିଣ୍ଟିଂ ମେସିନ ନଥିବା ଯୋଗୁଁ ଗବେଷଣାରେ ବାଧା ସୃଷ୍ଟି ହୋଇଛି। ସେହିଭଳି ଖାଲି ପଡ଼ିଥିବା ଟେକ୍ନିକାଲ ଆସିଷ୍ଟାଣ୍ଟ ଓ ଅନ୍ୟାନ୍ୟ ପଦବି ପୂରଣ ହେଉନାହିଁ। ଏନେଇ ‘ସମ୍ବାଦରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏହି ଘଟଣାର ଅନୁଧ୍ୟାନ କରିବା ପାଇଁ ଲେଖିଥିଲେ। ଏହାର ଜବାବରେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ କୁମାର ପାଢ଼ୀ ଏନେଇ ସେ ନିଜେ ଅନୁଧ୍ୟାନ କରିବା ସହ ଓୟୁଏଟିର କୁଳପତିଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସେ ନିଜେ ଏହାର ତ୍ବରାନ୍ବିତ ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ। ଏହା ପରେ ଦୀର୍ଘ ଦିନରୁ ଅବହେଳିତ ହୋଇ ପଡ଼ି ରହଥିବା କପା ଗବେଷଣା କେନ୍ଦ୍ର ଆଗକୁ ନୂଆ ଜୀବନ ପାଇବ ବୋଲି ଚାଷୀ ମହଲରେ ଆଶା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe