ସୁବର୍ଣ୍ଣପୁରରେ ଅବହେଳିତ ପର୍ଯ୍ୟଟନ କ୍ଷେତ୍ର

Advertisment
ସୁବର୍ଣ୍ଣପୁରରେ ଅବହେଳିତ ପର୍ଯ୍ୟଟନ କ୍ଷେତ୍ର

Odisha Tourism Places

ସୋନପୁର : ପର୍ଯ୍ୟଟନ ମାନଚିତ୍ରରେ ସୁବର୍ଣ୍ଣପୁର ଜିଲ୍ଲାର ସ୍ଥାନ ଅନ୍ୟତମ। ତେବେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରର ଯେତିକି ବିକାଶ ହେବା କଥା ହୋଇନାହିଁ। ସୁବର୍ଣ୍ଣପୁର ଜିଲ୍ଲାସୁବର୍ଣ୍ଣପୁର ଏକ ପ୍ରସିଦ୍ଧ ତୀର୍ଥଭୂମି। ଏହ୍ଲାବାଦର ପ୍ରୟାଗ ତୀର୍ଥରେ ଗଙ୍ଗା, ଯମୁନା ଓ ସରସ୍ବତୀଙ୍କ ଭଳି ଏଠାରେ ମଧ୍ୟ ହୀରାପ୍ରସୂ (ମହାନଦୀ), ତୈଳବାହୀ (ତେଲନଦୀ) ଓ କର୍ପୂର ନଦୀର ତ୍ରିବେଣୀ ସଙ୍ଗମ ଘଟିଛି। ଏଥିପାଇଁ ଏହାକୁ ଦ୍ବିତୀୟ ବାରଣାସୀ ତଥା ଭାରତର ଦ୍ବିତୀୟ ପ୍ରୟାଗ କ୍ଷେତ୍ର ଭାବରେ ବିବେଚିତ କରାଯାଇଥାଏ।

ଜିଲ୍ଲାରେ ୧୦୮ ରୁ ଅଧିକ ପ୍ରାଚୀନ ମନ୍ଦିର ତଥା ଅନେକ କୀର୍ତ୍ତିରାଜି ରହିଛି। ଜିଲ୍ଲାର ବୀରମହାରଜପୁର ଉପଖଣ୍ତ କୋଟସମାଲାଇ ପାହଡ଼ରେ ୧୪୪ ବର୍ଷ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ପାତାଳି ହୋଇଥିବା ଇତିହାସରୁ ଜଣାଯାଏ। ତେବେ ଏହି ପାତାଳି ଶ୍ରୀକ୍ଷେତ୍ରର ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଉନ୍ନୟନମୁଳକ କାମ଼ ପାଇଁ କୋଟି କୋଟି ଟଙ୍କା ଆସିଛି। ତେବେ ଏହି ଉନ୍ନୟନ ମୁଳକ କାମରେ ବ୍ୟାପକ ହେରଫେର ଯୋଗୁଁ ତାହାର ସଫଳ ରୂପାୟନ ହୋଇପାରି ନାହିଁ।

publive-image Odisha Tourism

ଶାକ୍ତ, ଶୈବ, ବୈଷ୍ଣବ ଧର୍ମପୀଠ ସୋନପୁରର ପ୍ରାଚୀନ ସଂସ୍କୃତି ରହିଛି। ଶାକ୍ତପୀଠ ଅଛନ୍ତି ଅଷ୍ଟଚଣ୍ତି ଖମ୍ବେଶ୍ବରୀ, ସୁରେଶ୍ବରୀ, ସମଲେଶ୍ବରୀ, ଭଗବତୀ, ଦଶମତୀ, ନାରାୟଣୀ, ରାମଚଣ୍ତୀ ଓ ବିମଳାକ୍ଷୀ। ସେହିପରି ଦଶମତି, ନାରାୟଣୀ, ମାଣିକେଶ୍ବରୀ, ଲଙ୍କେଶ୍ବରୀ ଆଦି ଅନେକ ପ୍ରାଚୀନ ଦେବୀ ପୀଠ ରହିଛି। ସେହିପରି ଅଷ୍ଟଶମ୍ଭୁ ମଧ୍ୟରେ ଅଛନ୍ତି ସୁବର୍ଣ୍ଣମେରୁ, ରାମେଶ୍ବର, ପଶ୍ଚିମ ସୋମନାଥ, ଗୋକଣ୍ଣେର୍ଶ୍ବର, ସିଦ୍ଧେଶ୍ବର, ଲୋକନାଥ, ରୁଦ୍ରନାଥ ଓ ବାଲୁଙ୍କେଶ୍ବର। ଅଷ୍ଟବିଷ୍ଫୁ ମଧ୍ୟରେ ରହିଛନ୍ତି ଗୋପାଳଜୀଉ, ଦେବାର୍ଚ୍ଚନ ଗୋପାଳଜୀଉ, ଜଗନ୍ନାଥ, ନୃସିଂହନାଥ, ଦଧିବାମନ, ରାମଜୀ, ଗୋପୀନାଥ ଓ ବୃନ୍ଦାବନ ବିହାରୀ। ଏହି ପ୍ରାଚୀନ ମନ୍ଦିର ସହିତ ଜିଲ୍ଲାରେ ମଧ୍ୟଯୁଗୀୟ ଧର୍ମପୀଠ ମଧ୍ୟରେ ରହିଛି କେଶବ ମନ୍ଦିର, ଜଳାଶୟନ ନାରାୟଣ ମନ୍ଦିର, ବୈଦ୍ୟନାଥ ମନ୍ଦିର, ଚରଦା ସ୍ଥିତ କପିଳେଶ୍ବର ମନ୍ଦିର। ତେବେ ଏହି ପ୍ରାଚୀନ ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣ ତଥା ଏହାର ସୁରକ୍ଷା ପାଇଁ ଯେତିକି ପଦକ୍ଷେପ ନେବା କଥା ତାହା ନିଆଯାଇନାହିଁ। ବୈଦ୍ୟନାଥ ମନ୍ଦିରର ଗୋଟିଏ ପାର୍ଶ୍ବ ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇ ତେଲନଦୀରେ ମିଶିସାରିଛି। ଏବେ ଏହି ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଖଲିଆପାଲି ସ୍ଥିତ ଭୀମ ଭୋଇ ସମାଧୀ ପୀଠର ମଧ୍ୟ ଯେତିକି ଉନ୍ନତି ହେବା କଥା ହୋଇ ନାହିଁ। ତେବେ ପର୍ଯ୍ୟଟନର ଭିତିଭୁମି ଜିଲ୍ଲାରେ ଭରପୁର ଥିଲେ ମଧ୍ୟ ଏହାର ବିକାଶ ନେଇ ଯେତିକି ଉଦ୍ୟମ ହେବା କଥା ହୋଇ ନାହିଁ। ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକର ବିକାଶ ନହେବା ଫଳରେ ପର୍ଯ୍ୟଟକ ସଂଖ୍ୟା ବୃଦ୍ଧି ହେଉ ନାହିଁ। ପର୍ଯ୍ୟଟନ କ୍ଷେତ୍ରର ଭିତ୍ତିଭୂମି ପ୍ରତିଷ୍ଠା ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ ଏବଂ ଲୋକଙ୍କ ଆର୍ଥିକ ବିକାଶ ମଧ୍ୟ ହେବ। ତେଣୁ ପର୍ଯ୍ୟଟନର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରି ହୋଇପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe