ଅନ୍ତିମ ସଂସ୍କାରକୁ ଆସିଲେନି ପାଖପଡ଼ିଶା

ପୁଲିସ ମାଡ଼ରେ ଯୁବକ ମୃତ

Catch News

ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲି ଥାନା ବନ୍ଧବାହାଲ ଫାଣ୍ଡି ଅନ୍ତର୍ଗତ ଶାନ୍ତିନଗରଠାରେ ଜଣେ ବୃଦ୍ଧ ଲାଲବିହାରୀ ଷଣ୍ଢଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ତାଙ୍କ ଅନ୍ତିମ ସଂସ୍କାରକୁ ଗ୍ରାମବାସୀ ଆସି ନଥିଲେ। ଫଳରେ ପ୍ରଶାସନର ସହଯୋଗରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା।

ସୂଚନା ଅନୁଯାୟୀ ଲାଲବିହାରୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ଦେହ ଖରାପ ହେବାରୁ ସମସ୍ତେ କରୋନା ଟେଷ୍ଟ ପାଇଁ ଯାଇଥିଲେ। ତାଙ୍କ ପୁଅ ସଂକ୍ରମିତ ଚିହ୍ନଟ ହେବାରୁ ସେ ଘରେ ସଂଗରୋଧରେ ଥିଲେ। ଲାଲବିହାରୀଙ୍କ ଦେହ ଖରାପ ସତ୍ବେ ଟେଷ୍ଟ କରାଇ ନଥିଲେ। ତେବେ କରୋନାରେ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ସାହି ଲୋକ ସନ୍ଦେହ କରିଥିଲେ। ଫଳରେ ତାଙ୍କର ଅନ୍ତିମ ସଂସ୍କାର ସକାଶେ କେହି ବାହାରି ନଥିଲେ।

publive-image

ଖବରପାଇ ବନ୍ଧବାହାଲର ୱାର୍ଡମେମ୍ବର ଲକ୍ଷ୍ମୀ ବେହେରା, ସ୍ବେଚ୍ଛାସେବୀ ସୁବାସ ଚନ୍ଦ୍ରକାନ୍ତ ରାୟ ପ୍ରମୁଖ ପ୍ରଥମେ ବନହରପାଲି ଥାନା ଅଧିକାରୀ ପ୍ରଶାନ୍ତ ମେହେରଙ୍କୁ ଜଣାଇଥିଲେ। ଏ ସଂକ୍ରାନ୍ତରେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କୁ ଜଣାଇବାରୁ ସେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ। ଆଇଆଇସି ଶ୍ରୀ ମେହେର ମଧ୍ୟ ଏ ବାବଦରେ ଲଖନପୁର ତହସିଲଦାର ବିଶ୍ବକେଶନ ପାଣ୍ଡେ, ବିଡିଓ ସଂଜୀବ ପଟେଲଙ୍କ ସହ ଆଲୋଚନା କରିଥିଲେ। ପରେ ମୃତକଙ୍କ ସଂପର୍କୀୟ ବରଗଡ଼ରେ ରହୁଥିବାରୁ ସେଠାରୁ ସେମାନଙ୍କୁ ଡକା ଯାଇଥିଲା। ଗୁରୁବାର ପୂର୍ବାହ୍ନ ୧୧ଟାରେ ସେମାନେ ପହଞ୍ଚିଥିଲେ। ବନହରପାଲି ପୁଲିସ ପକ୍ଷରୁ ୪ ଜଣଙ୍କୁ ପିପିଇ କିଟ୍ ଯୋଗାଇ ଦିଆଯାଇଥିଲା। କୋଭିଡ୍‌ ନିୟମ ଅନୁସାରେ ଲାଲବିହାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଅଂଚଳରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe