The Express Tribune
କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝୀଗୁଡ଼ା ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି। ପଡ଼ୋଶୀଙ୍କ ଟାଙ୍ଗିଆ ଚୋଟରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମାଝୀଗୁଡ଼ା ଗାଁର ୬୦ ବର୍ଷୀୟା କାଳନ୍ଦୀ ତାଣ୍ଡି।
ସୂଚନା ଅନୁସାରେ, ଭୋର ସମୟରେ ଗାଧୋଇ ସାରି ଘରକୁ ଫେରିବା ବେଳେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଟାଙ୍ଗିଆରେ କାଳନ୍ଦୀଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା କରିଛନ୍ତି ପଡ଼ୋଶୀ, ତାହା ଜଣାପଡ଼ି ନାହିଁ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଶ୍ରୀକର ପୁଞ୍ଜି ଫେରାର ହୋଇଯାଇଛି। ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Follow Us