ବିଦ୍ୟାଳୟ ସ୍ତରରେ ଲାଗୁ ହେବ ଏନ୍‌ଇପି: ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରିବାକୁ ଯୋଜନା

Advertisment

୨୦୨୫-୨୬ ଶିକ୍ଷାବର୍ଷରେ ବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ହେବ। ଉଚ୍ଚଶିକ୍ଷା ସ୍ତରରେ ଚଳିତବର୍ଷଠାରୁ ଏନ୍‌ଇପି ଲାଗୁ ହୋଇଥିବା ବେଳେ ଆସନ୍ତା ଶିକ୍ଷାବର୍ଷରେ ଗଣଶିକ୍ଷା...

୨୦୨୫-୨୬ ଶିକ୍ଷାବର୍ଷରେ ବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ହେବ। ଉଚ୍ଚଶିକ୍ଷା ସ୍ତରରେ ଚଳିତବର୍ଷଠାରୁ ଏନ୍‌ଇପି ଲାଗୁ ହୋଇଥିବା ବେଳେ ଆସନ୍ତା ଶିକ୍ଷାବର୍ଷରେ ଗଣଶିକ୍ଷା...

fshfhhf

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ହେବ। ଉଚ୍ଚଶିକ୍ଷା ସ୍ତରରେ ଚଳିତବର୍ଷଠାରୁ ଏନ୍‌ଇପି ଲାଗୁ ହୋଇଥିବା ବେଳେ ଆସନ୍ତା ଶିକ୍ଷାବର୍ଷରେ ଗଣଶିକ୍ଷା ବିଭାଗରେ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଇତିମଧ୍ୟରେ ଏକ ଟାକ୍ସଫୋର୍ସ ଗଠନ ହୋଇଛି। ୬ଟି ସବ୍‌-କମିଟି ଗଠନ କରାଯାଇଛି। କମିଟିଗୁଡ଼ିକ ଯେଉଁ ପ୍ରସ୍ତାବ ଦେବେ ତାହାରି ଆଧାରରେ ବିଦ୍ୟାଳୟଗୁଡ଼ିକରେ ଏନ୍‌ଇପି ଲାଗୁ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କରିଛନ୍ତି।

ଆସୋଚାମ୍ ପକ୍ଷରୁ ଆୟୋଜିତ ଓଡ଼ିଶା ଏଡୁମିଟ୍‌ସ ଆଣ୍ଡ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ରେ ଯୋଗଦେବା ଅବସରରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଆହୁରି କହିଲେ ସମସ୍ତଙ୍କ ମତାମତ ଗ୍ରହଣ କରି ଓଡ଼ିଶାରେ ଏନ୍‌ଇପି କିଭଳି ଲାଗୁ ହେବ ସେନେଇ ପ୍ରସ୍ତୁତି ଚାଲିଛି। ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ଓଡ଼ିଶା ଏନ୍‌ଇପି ଲାଗୁ ଦ୍ବାରା ଦିନେ ଅଗ୍ରଣୀ ରାଜ୍ୟରେ ପରିଣତ ହେବ। ବିଦ୍ୟାଳୟରେ ସୃଷ୍ଟି ହେଉଥିବା ଶିକ୍ଷକ ସମସ୍ୟା ସମାଧାନ କରାଯାଉଛି। ଆଉ ଯାହା କିଛି ଆବଶ୍ୟକତା ରହିଛି ଆଗାମୀ ଦିନରେ ତାହାକୁ ପୂରଣ କରିବା ଦିଗରେ ଓଡ଼ିଶା ସରକାର ସଂକଳ୍ପବଦ୍ଧ। ଏନ୍‌ଇପି ଲାଗୁ ନେଇ ଆଲୋଚନା ସହ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ହାତକୁ ନିଆଯାଉଥିବା ସେ କହିଛନ୍ତି।

ଆସନ୍ତା ଶିକ୍ଷାବର୍ଷରୁ କାର୍ଯ୍ୟକାରୀ କରିବାକୁ ଯୋଜନା
ଆଲୋଚନା ଚାଲିଥିବା ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଉଚ୍ଚଶିକ୍ଷା ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର ଯୋଗଦେଇ ୨୦୩୬ ବେଳକୁ ବିକଶିତ ଓଡ଼ିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଆହ୍ବାନକୁ ନଜରକୁ ରଖି ରାଜ୍ୟର ୫ଟି ଶିକ୍ଷାନୁଷ୍ଠାନକୁ ଦେଶର ଶ୍ରେଷ୍ଠ ଶହେ ମଧ୍ୟରେ ସ୍ଥାନ ଦେବା ଦିଗରେ କାମ କରୁଛୁ ବୋଲି କହିଥିଲେ। ଏହି ଅବସରରେ ଆସୋଚାମ୍‌ର ପୂର୍ବ ଓ ଉତ୍ତର-ପୂର୍ବ ନିର୍ଦ୍ଦେଶକ ପରମିନ୍ଦରଜିତ୍‌ କୌର, କଳିଙ୍ଗ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ଆଲେକ୍‌ଜାଣ୍ଡର ଦାସ, ଆସୋଚାମ୍‌ର ଜାତୀୟ ଶିକ୍ଷା ପରିଷଦ ସହ-ଅଧ୍ୟକ୍ଷ ରଜିତା କୁଲକର୍ଣ୍ଣି, ପିଡବ୍ଲୁସିର ଇଡି ରାମପ୍ରସାଦ ଘୋଷ ଓ ଟେକ୍ନୋ ଇଣ୍ଡିଆ ବିଶ୍ବବିଦ୍ୟାଳୟର ସହ କୁଳପତି ପ୍ରଫେସର ମନୋଷୀ ରାୟ ଚୌଧୁରୀ ଉପସ୍ଥିତ ଥିଲେ। ଏହି ଅବସରରେ କିଟ୍ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିସହ ରାଜ୍ୟର ଏକାଧିକ ଶିକ୍ଷାନୁଷ୍ଠାନକୁ ବିଭିନ୍ନ ବର୍ଗରେ ପୁରସ୍କୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe