କିଟ୍‌ରେ ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ମାମଲା: ହସ୍ତକ୍ଷେପ କଲେ ନେପାଳ ମାନବାଧିକାର ଆୟୋଗ

Advertisment

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଜନିତ ପରବର୍ତ୍ତୀ ଘଟଣାକୁ ନେଇ ବିବାଦ ଥମୁନି। ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ...

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଜନିତ ପରବର୍ତ୍ତୀ ଘଟଣାକୁ ନେଇ ବିବାଦ ଥମୁନି। ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ...

ସରକାରୀ ଶିକ୍ଷାନୁଷ୍ଠାନର ନୈରାଶ୍ୟଜନକ ପ୍ରଦର୍ଶନ, ପାହା‌ଚେ ଖସିଲା ଉତ୍କଳ

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଜନିତ ପରବର୍ତ୍ତୀ ଘଟଣାକୁ ନେଇ ବିବାଦ ଥମୁନି। ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ନେପାଳ ମାନବାଧିକାର ଆୟୋଗ। ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ଏକ ଚିଠି ‌ଲେଖି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କୁ ଦଣ୍ଡ ଦେବାକୁ ଅନୁରୋଧ କରିଛନ୍ତି ଆୟୋଗ। ଏହା ସହ କିଟ୍‌ରେ ପଢ଼ୁଥିବା ନେପାଳୀ ଛାତ୍ରଛାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ମଧ୍ୟ କହିଛନ୍ତି। 

ଜାତୀୟ ମାନବାଧିକାର ଆୟୋଗଙ୍କୁ ଚିଠି ଲେଖିଲେ
ନିରପେକ୍ଷ ତଦନ୍ତ ଓ ନେପାଳ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଅନୁରୋଧ କଲେ

ନେପାଳ ମାନବାଧିକାର ଆଯୋଗଙ୍କ ଯୁଗ୍ମ ମୁଖପାତ୍ର ଶ୍ୟାମବାବୁ କାଫଲେ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, କିଟ୍‌ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରକୃତି ଲାମ୍‌ସାଙ୍କ ମୃତଦେହ ହଷ୍ଟେଲରୁ ମିଳିବା ଘଟଣାର ତ୍ବରିତ ନିରପେକ୍ଷ ତଦନ୍ତ କରାଯାଉ। ଏଥିସହ ନେପାଳୀ ଛାତ୍ରଛାତ୍ରୀମାନଙ୍କ ସହ ହୋଇଥିବା ଦୁର୍ବ୍ୟବହାର, ମାର୍‌ପିଟ ଓ ହଷ୍ଟେଲ୍‌ରୁ ବାହାର କରିଦେବା ପ୍ରସଙ୍ଗ ଆଦିର ତଦନ୍ତ ନିମନ୍ତେ ଭାରତର ଜାତୀୟ ମାନବାଧିକାର ଆୟୋଗଙ୍କୁ ସେ ଲିଖିତ ଅନୁରୋଧ କରିଛନ୍ତି। ନେପାଳ ଛାତ୍ରଛାତ୍ରୀଙ୍କ  ଅଭିଯୋଗ ଆଧାରରେ ନେପାଳ ମାନବାଧିକାର ଆୟୋଗ ଏହି ସମଗ୍ର ଘଟଣାର ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ଆୟୋଗଙ୍କ ଯୁଗ୍ମ ମୁଖପାତ୍ର କହିଛନ୍ତି, ମୃତ ଛାତ୍ରୀ ପ୍ରକୃତିଙ୍କ ପୁରଷ ବନ୍ଧୁ ତାଙ୍କୁ ବାରମ୍ବାର ହଇରାଣ କରିଥିବା ନେଇ ବିଶ୍ବବିଦ୍ୟାଳୟରେ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନଥିଲା।  ଫଳରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ।

ନେପାଳୀ ଛାତ୍ରଛାତ୍ରୀ ଏହି ଘଟଣ‌ାର ପ୍ରତିବାଦ କରିଥିଲେ। ପରିସ୍ଥିତିକୁ ସମ୍ଭାଳିବାରେ ବିଫଳ ହେବାରୁ ଗତ ୧୭ ତାରିଖରେ କର୍ତ୍ତୃପକ୍ଷ ସାଇନ୍‌ ଡାଏ ଘୋଷଣା କରି ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍‌ ଛାଡିବାକୁ ବାଧ୍ୟ କରିଥିଲେ। ଏପରିକି ସୁରକ୍ଷାକର୍ମୀଙ୍କ ଜରିଆରେ ସେମାନଙ୍କୁ ମାଡ଼ ମରାଯିବା ସହ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ମାମଲାରେ ପରବର୍ତ୍ତୀ ସମୟରେ ନେପାଳ ବୈଦେଶିକ ମନ୍ତ୍ରୀ ଆରଜୁ ରାଣା ଦେୟୁବାଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଥା ହୋଇ କଡ଼ା କାର୍ଯାନୁଷ୍ଠାନ ନିଆଯିବ ବୋଲି  ପ୍ରତିଶ୍ରୁତି ଦେଇଥିଲେ। ତେଣୁ ଓଡିଶା ସରକାର ତାଙ୍କ କଥା ରକ୍ଷାକରି ଦୃଢ଼ ପଦକ୍ଷେପ ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନିଶ୍ଚିତ କରାନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe