ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା

Advertisment
ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କଲା ପୁତୁରା

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ସୋଲ ପଞ୍ଚାୟତର ଅସୁରଖୋଲ ଗ୍ରାମରେ ଖୁଡ଼ୀଙ୍କୁ ପଥରରେ ଛେଚି ହତ୍ୟା କରିଛି ପୁତୁରା। ପୁତୁରା ରାଜେଶ ମିର୍ଧା ଓ ଖୁଡ଼ୀଙ୍କ ପଦ୍ମା ମିର୍ଧାର ପୂର୍ବରୁ ବିବାଦ ଥିଲା। ପଦ୍ମା ପାଖରେ ଥିବା ନାଳକୁ ଗାଧୋଇଇବାକୁ ଯାଇଥିବାବେଳେ ପୁତୁରା ଏହାର ସୁଯୋଗ ନେଇ ନାଳ ପାଖରେ ପହଞ୍ଚି ପ୍ରଥମେ ଏକ ବାଡ଼ିରେ ପିଟିବା ପରେ ପଦ୍ମା ଗୁରୁତର ହୋଇ ପଡ଼ିଯାଇଥିଲେ। ପରେ ପଥର ଛେଚି  ତାଙ୍କୁ ହତ୍ୟା କରିଥିଲା ରାଜେଶ।

ଗୁରୁଣ୍ଡିଆ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ପୁତୁରାକୁ ଗିରଫ କରି ତଦନ୍ତ ଚଳାଇଛି। ରାଜେଶ ପୂର୍ବରୁ ବିଭିନ୍ନ ଅପରାଧରେ ସଶ୍ଳିଷ୍ଟ ଥିବା ଏବଂ ତାର ସ୍ତ୍ରୀ ତାକୁ ଛାଡ଼ି ଚାଲି ଯାଇଥିବା ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe