ମା’କୁ ମାରୁଥିବାରୁ କାକାର ପ୍ରାଣ ନେଲା ପୁତୁରା

୧୦ ତାରିଖ‌ ରାତିରେ ସୁନ୍ଦରଗଡ଼ ସଦର ଥାନା କିରେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଛେଚି ଦିଆଯାଇଥିବାରୁ ମୁହଁ ଚିହ୍ନି ହେଉନଥିଲା।

ssfxxccx

ସୁନ୍ଦରଗଡ଼: ୧୦ ତାରିଖ‌ ରାତିରେ ସୁନ୍ଦରଗଡ଼ ସଦର ଥାନା କିରେଇ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା। ମୁଣ୍ଡକୁ କୌଣସି ଓଜନିଆ ଜିନିଷରେ ଛେଚି ଦିଆଯାଇଥିବାରୁ ମୁହଁ ଚିହ୍ନି ହେଉନଥିଲା। ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶାନ୍ତା ନୂତନ ସାମଦ, ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର ଓ ସଦର ଥାନା ଅଧିକାରୀ ସୁସ୍ମିତା ଦେବତା ଘଟଣାସ୍ଥଳରେ ତଦନ୍ତ କରି ମୃତକଙ୍କ ପରିଚୟ ଓ ହତ୍ୟା ପଛର କାହାଣୀ ସାମନାକୁ ଆଣିଛନ୍ତି। ବାଉଁଶ ବାଡ଼ିରେ ପିଟିପିଟି ଅତି ନିର୍ମମ ଭାବେ ନିଜ କାକାକୁ ହତ୍ୟା କରିଛି ପୁତୁରା। ମୃତକ ହେଲେ କିରେଇ ଗ୍ରାମର ସଚୀନ୍ଦ୍ର ନାଏକ (୫୫), ଅଭିଯୁକ୍ତ ବିଶାଳ ନାଏକ (୨୩)। ଘରୋଇ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। 

ମୃତ ସଚୀନ୍ଦ୍ର ତାଙ୍କ ବଡ଼ଭାଇଙ୍କ ମୃତ୍ୟୁ ପରେ ଭାଉଜ ତଥା ବିଶାଳର ମାଆଙ୍କୁ ପତ୍ନୀ ଭାବେ ରଖିଥିଲେ। ହେଲେ ସବୁବେଳେ ମଦ ପିଇ ତାଙ୍କୁ ମାଡ଼ପିଟ୍‌ କରୁଥିଲେ। ଏପରିକି ଅନେକ ସମୟରେ ପୁତୁରା ବିଶାଳ ମଧ୍ୟ ମାଡ଼ରୁ ବର୍ତ୍ତୁ ନଥିଲା। ଯେଉଁଥିପାଇଁ ସେ କାକା ଉପରେ ରାଗ ରଖିଥିଲା। ୧୦ ତାରିଖ ରାତି ସାଢ଼େ ୧୦ଟାରେ ଦୁହେଁ ଏକାଠି ବସି ମଦ ପିଇଥିଲେ। ନିଶା ଚଢ଼ିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସଚୀନ୍ଦ୍ର ମାଡ଼ ମାରିବାରୁ ଏଥିରେ ଉତ୍‌କ୍ଷିପ୍ତ ବିଶାଳ ପାଲଟା ଆକ୍ରମଣ କରି ହାତର ବଳା ଓ ବାଉଁଶ ବାଡ଼ିରେ ସଚୀନ୍ଦ୍ରଙ୍କ ମୁହଁ ଏବଂ ମୁଣ୍ଡକୁ ନିସ୍ତୁକ ପ୍ରହାର କରିବା ଫଳରେ ଘଟଣାସ୍ଥଳରେ ସଚୀନ୍ଦ୍ରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe