କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବହୁ ବଶିଷ୍ଟ ବ୍ୟକ୍ତି

Advertisment
କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ: ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବହୁ ବଶିଷ୍ଟ ବ୍ୟକ୍ତି

କଟକ: ଆଜି ଦେଶ ପାଳନ କରୁଛି ନିଜର ଅତ୍ୟତମ ଯୋଗ୍ୟ ସନ୍ତାନ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ନେତାଜୀଙ୍କ ଏହି ଜୟନ୍ତୀକୁ ନେଇ ଦେଶବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ  ଆୟୋଜନ ହୋଉଥିବା ବେଳେ ନେତାଜୀଙ୍କ ଜନ୍ମସ୍ଥାନ କଟକରେ ଆୟୋଜିତ ହୋଇଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଆଜି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କଟକ ଜିଲାପାଳ ଭବାନୀ ଶଙ୍କର ଚୟନି, ବାରବାଟୀ କଟକ ବିଧାୟକ ଇଂ ମହମ୍ମଦ ମୋକିମ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ‘ଆମ ଓଡ଼ିଶା’ ସଂପାଦକ ସ୍ୱରାଜ ମିଶ୍ର ଓ  ‘ସମ୍ବାଦ’ କଟକ ସଂସ୍କରଣ ମୁଖ୍ୟ କୃଷ୍ଣପ୍ରସାଦ ଦାସ ପ୍ରମୁଖ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ଜନ୍ମସ୍ଥାନ ସଂଗ୍ରହଳୟରେ ଏହି ଅବସରରେ ନେତାଜୀଙ୍କ ଜୀବନକୁ ନେଇ ୧୫ଟି ଭାସ୍କର୍ଯ୍ୟ କଳାକୃତି ପ୍ରଦର୍ଶନ କରାଯାଉଛି। ତେବେ କୋଭିଡ କଟକଣା ଲାଗିଥିବାରୁ ସାଧାରଣ ଦର୍ଶନାର୍ଥୀଙ୍କୁ ଗ୍ୟାଲେରି ପରିଦର୍ଶନ ମନା ଯାଇଛି । ତେବେ ଏହି ମହାନ ପୁରୁଷଙ୍କ କଟକ ଓଡ଼ିଆ ବଜାରଠାରେ ଥିବା ଜାନକୀନଥ ଭବନ ତଥା ଆଜିର ନେତାଜୀ ସଂଗ୍ରହାଳୟରେ ୧୮୯୭ ମସିହା ଜାନୁଆରି ୨୩ ତାରିଖ ଦିନ ଆଜିର ଦିନରେ ନେତାଜୀ ଜନ୍ମ ଗ୍ରହଣ କରିଥିଲେ।

ଆଜି ସକାଳୁ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହେବାକୁ ଥିବା ବେଳେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ତେବେ କୋଭିଡ କଟକଣା ଲାଗିଥିବାରୁ ଅନ୍ୟ ବର୍ଷ ଗୁଡ଼ିକ ଭଳି ନେତାଜୀ ଜୟନ୍ତୀ ଅବସରରେ ସଂଗ୍ରାହଳୟ ପରିଦର୍ଶନ ଉପରେ କଟକଣା ଲଗାଯାଇଛି । ଜୟନ୍ତୀ ଅବସରରେ ଜନ୍ମସ୍ଥାନ ବୁଲିବାକୁ ଯାଉଥିବା ଲୋକଙ୍କୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଭାସ୍କର୍ଯ୍ୟ ଶିଳ୍ପ ପ୍ରଦର୍ଶନୀ ବୁଲି ଦେଖିବାକୁ ଅନୁମତି ଦିଆଯିବ। କିନ୍ତୁ ସଂଗ୍ରହାଳୟ ମଧ୍ୟକୁ ଯାଇ ଗ୍ୟାଲେରି ପରିଦର୍ଶନ ଉପରେ କଟକଣା ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe