ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପିସିସି ସଭାପତି

ରାଜ୍ୟପାଳ ଓ ମୁଖ୍ୟ ବିଚାରପତିଙ୍କ ସମେତ ୨୫ ଜଣଙ୍କୁ ସାମିଲ ପାଇଁ ଅନୁରୋଧ

କୋଟିଆ ପ୍ରସଙ୍ଗରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ପିସିସି ସଭାପତି

New Indian Express

ଭୁବନେଶ୍ବର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ପାଳନ କରିବା ପାଇଁ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ୮୫ ଜଣିଆ ଗଠିତ କମିଟିରେ ଓଡ଼ିଶାକୁ ଅଣଦେଖା କରାଯାଇଛି। ଏ ନେଇ ଉଦ୍‌ବେଗ ପ୍ରକାଶ କରି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଓଡ଼ିଶାର ରାଜ୍ୟପାଳ ଓ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୫ ଜଣ ବ୍ୟକ୍ତି ବିଶେଷଙ୍କୁ କମିଟିରେ ସଦସ୍ୟ ଭାବେ ସ୍ଥାନ ଦେବାକୁ ଚିଠିରେ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି, ଏହି କମିଟିରେ ଓଡ଼ିଶାରୁ କେବଳ ୩ ଜଣ ଥିବାବେଳେ ପଶ୍ଚିମବଙ୍ଗରୁ ୨୬ ଜଣଙ୍କୁ ସାମିଲ କରାଯାଇଛି। ଯାହାକି ରାଜ୍ୟ ପାଇଁ ଦୁଃଖ ଓ ପରିତାପର ବିଷୟ। ଶ୍ରୀ ପଟ୍ଟନାୟକ କହିଛନ୍ତି, ନେତାଜୀ ଓଡ଼ିଶାର କଟକ ଜିଲ୍ଲାରେ ଜନ୍ମଗ୍ରହଣ କରି ବାଲ୍ୟଶିକ୍ଷା ସମାପ୍ତ କରିଥିଲେ। ଏପରିକି ତାଙ୍କ ଜନ୍ମସ୍ଥାନ ଜାନକୀନାଥ ଭବନକୁ ରାଜ୍ୟ ସରକାର ନେତାଜୀ ସଂଗ୍ରହାଳୟରେ ପରିଣତ କରିଛନ୍ତି। ଯେଉଁଠାରେ କି ନେତାଜୀଙ୍କ ସହ ଜଡ଼ିତ ସ୍ମାରକପତ୍ର ସେଠାରେ ପ୍ରଦର୍ଶିତ କରାଯାଇଛି। ଏଠାରେ ଉପଲବ୍ଧ ଥିବା ଅବିସ୍ମରଣୀୟ ଫଟୋଚିତ୍ର, କାଗଜପତ୍ର, ସ୍ମୃତିକୁ ଜାତି ଉଦ୍ଦେଶ୍ୟରେ ସୁରକ୍ଷିତ ରଖିବା ପାଇଁ ସୁବାଷ ବୋଷଙ୍କ ଜନ୍ମ ପୀଠକୁ ଜାତୀୟ ସଂଗ୍ରହାଳୟରେ ପରିବର୍ତ୍ତନ ପାଇଁ ଘୋଷଣା କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ନେତାଜୀ ଓଡ଼ିଶାରେ ପିଲାବେଳର ଶିକ୍ଷା ଗ୍ରହଣ କରିଥିଲେ। ଓଡ଼ିଶାର ଛାତ୍ର ଆନ୍ଦୋଳନର ସେ ପ୍ରବର୍ତ୍ତକ ଥିଲେ। ରାଜ୍ୟବାସୀଙ୍କ ସହିତ ଓତଃପ୍ରୋତ ଭାବେ ମଧ୍ୟ ସେ ଜଡ଼ିତ ଥିଲେ। ଏହାକୁ ସମ୍ମାନ ଦେଇ ଓଡ଼ିଶାର ରାଜ୍ୟପାଳ, ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି, ଆଜାଦ ହିନ୍ଦ ଫୌଜରେ ସାମିଲ ଥିବା ବ୍ୟକ୍ତିବିଶେଷ, ରାଜନେତା, ବୁଦ୍ଧିଜୀବୀ, ଐତିହାସିକ, ସାମ୍ବାଦିକଙ୍କ ସମେତ ବିଭିନ୍ନ ବର୍ଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି କମିଟିରେ ସଦସ୍ୟ ଭାବେ ସ୍ଥାନ ଦେବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଜାନୁଆରି ୨୩ ତାରିଖ ଠାରୁ ବର୍ଷବ୍ୟାପି ଆରମ୍ଭ ହେବାକୁ ଥିବା ନେତାଜୀ ଜୟନ୍ତୀ ଉତ୍ସବକୁ କଟକ ଠାରେ ଏକ ବିରାଟ ପ୍ରଦର୍ଶନୀ ମାଧ୍ୟମରେ ପାଳନ କରାଯାଉ। ଏ ନେଇ ସଂସ୍କୃତି ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ପିସିସି ସଭାପତି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe