ଏହି ସେବା ଦ୍ୱାରା ମାତ୍ର ୩୦ମିନିଟ୍‌ ପୂର୍ବରୁ ମିଳିପାରିବ ବଜ୍ରପାତ ସୂଚନା

Advertisment
ଏହି ସେବା ଦ୍ୱାରା ମାତ୍ର ୩୦ମିନିଟ୍‌ ପୂର୍ବରୁ ମିଳିପାରିବ ବଜ୍ରପାତ ସୂଚନା

ଭୁବନେଶ୍ୱର: ଏଇ କିଛିଦିନ ହେବ ରାଜ୍ୟରେ କାଳବୈଶାଖୀ ଓ ବଜ୍ରପାତ ହେତୁ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସମୟରେ ରାଜ୍ୟ ସରକାର ବଜ୍ରପାତର ସହିତ ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏଣିକି ୩୦ ମିନିଟ ପୂର୍ବରୁ ବଜ୍ରପାତର ସୂଚନା ମିଳି ପାରିବ। ଏଥିପାଇଁ ଲାଇଟିଂ ଡିଟେକ୍ସନ ସର୍ଭିସ ବ୍ୟବହାର କରିବାକୁ ସରକାର ଯୋଜନା କରିଛନ୍ତି ।

publive-image

ଅତ୍ୟାଧୁନିକ ସର୍ଭିସ ପାଇବା ପାଇଁ ଆର୍ଥ ନେଟୱର୍କ ସଂସ୍ଥା ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି । ଆର୍ଥ ନେଟଓ୍ଵାର୍କ ସଂସ୍ଥା ପୂର୍ବରୁ ୯୦ଟି ଦେଶରେ ସକ୍ରିୟ ରହିଛି । ଭାରତର ଆନ୍ଧ୍ର, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକରେ ମଧ୍ୟ ଏହି ସଂସ୍ଥା କାମ କରିଛି । ତେଣୁ ଏହି କମ୍ପାନି ସହଯୋଗରେ ଲାଇଟିଂ ଡିଟେକ୍ସନ ସର୍ଭିସ ଦ୍ୱାରା ବଜ୍ରପାତ ହେବାର ୩୦ ମିନିଟ ପୂର୍ବରୁ ସୂଚନା ମିଳିପାରିବ ।

୨୦୧୭-୧୮ରେ ବଜ୍ରାଘାତରେ ମୃତକଙ୍କ ସଂଖ୍ୟା ୪୫୬ରେ ପହଞ୍ଚିଛି। କେଉଁଝର, ମୟୂରଭଞ୍ଜ ଓ ଉପକୂଳ ଓଡ଼ିଶାରେ ଅଧିକ ବଜ୍ରପାତ ହେଉଛି । ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ବୋଲି ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe