ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

Advertisment
ନେଭା ସେବାକେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶା ବିଧାନସଭା ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ନେଭା(ନାସନାଲ ଇ-ବିଧାନ) ଜରିଆରେ କାଗଜବିହୀନ ପ୍ରଣାଳୀକୁ ଅଧିକ କ୍ରିୟାଶୀଳ କରାଯିବ। ଆଗାମୀ ଦିନରେ ଓଡ଼ିଶା ବିଧାନସଭାରେ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣଭାବେ ଅନ୍‌ଲାଇନ୍‌ ଓ ଡିଜିଟାଲ ମାଧ୍ୟମରେ କରାଯିବ। ଏଥିପାଇଁ ପର୍ଯ୍ୟାୟକ୍ରମେ ଓଡ଼ିଶା ବିଧାନସଭାର ସମସ୍ତ ପଦାଧିକାରୀ ଓ ସଦସ୍ୟଙ୍କୁ ଏନ୍‌ଆଇସି ଓ ଓକାକ୍‌ କର୍ତୃକ୍ଷଙ୍କ ଜରିଆରେ ତାଲିମ ପ୍ରଦାନ କରାଯିବ।

ଏହି ପରିପ୍ରେକ୍ଷୀରେ ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଦ୍ବାରା ନେଭା ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ତାଲିମ କାର୍ଯ୍ୟକ୍ରମରେ ବିଧାନସଭାର ସମସ୍ତ ସହକାରୀ ଉପ-ବିଭାଗ ଅଧିକାରୀ ଏ ସମ୍ବନ୍ଧରେ ତାଲିମ ଗ୍ରହଣ କରିଛନ୍ତି। ବାଚସ୍ପତି ଶ୍ରୀ ସିଂହ କହିଥିଲେ ଯେ ଓଡ଼ିଶା ବିଧାନସଭାର ସମସ୍ତ କର୍ମଚାରୀ ଓସ୍ବାସ୍‌ରେ କାର୍ଯ୍ୟ କରିବାରେ ଅଭ୍ୟସ୍ତ। ଜୁଲାଇ ମାସ ମଧ୍ୟରେ ତାଲିମ ସମାପ୍ତ କରି ନେଭା ଆପ୍ଲିକେସନ୍ ପ୍ରୟୋଗରେ ସଫଳ ହେବେ ବୋଲି ସେ ଆଶାପ୍ରକାଶ କରିଛନ୍ତି। ବିଧାନସଭା ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe