୩୦ଟି ଜିଲ୍ଲାରୁ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

Advertisment
୩୦ଟି ଜିଲ୍ଲାରୁ ସର୍ବାଧିକ ୧୯୮୧ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ସର୍ବାଧିକ ୧୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୨୨୫ ଓ ସ୍ଥାନୀୟ ଅଞ୍ଚଳରୁ ୭୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨,୬୫୩କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୬, ବାଲେଶ୍ବର ଜିଲ୍ଲାରୁ ୫୯, ବରଗଡ଼ ଜିଲ୍ଲାରୁ ୨୭, ଭଦ୍ରକ ଜିଲ୍ଲାରୁ ୬୫, ବଲାଙ୍ଗୀର ଜିଲ୍ଲାରୁ ୨୭, ବୌଦ୍ଧ ଜିଲ୍ଲାରୁ ୨, କଟକ ଜିଲ୍ଲାରୁ ୧୩୧, ଦେବଗଡ଼ ଜିଲ୍ଲାରୁ ୧୬, ଢେଙ୍କାନାଳ ଜିଲ୍ଲାରୁ ୩୯, ଗଜପତି ଜିଲ୍ଲାରୁ ୮, ଗଞ୍ଜାମ ଜିଲ୍ଲାରୁ ୨୬୭, ଜଗତସିଂହପୁର ଜିଲ୍ଲାରୁ ୪୨, ଯାଜପୁର ଜିଲ୍ଲାରୁ ୬୦, ଝାରସୁଗୁଡ଼ା ଜିଲ୍ଲାରୁ ୮, କଳାହାଣ୍ଡି ଜିଲ୍ଲାରୁ ୩୯, କନ୍ଧମାଳ ଜିଲ୍ଲାରୁ ୧୭୯, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯, କେନ୍ଦୁଝର ଜିଲ୍ଲାରୁ ୨୩, କୋରାପୁଟ ଜିଲ୍ଲାରୁ ୯୭, ମାଲକାନଗିରି ଜିଲ୍ଲାରୁ ୬୪, ମୟୂରଭଞ୍ଜ ଜିଲ୍ଲାରୁ ୩୭, ନବରଙ୍ଗପୁର ଜିଲ୍ଲାରୁ ୧୮, ନୟାଗଡ଼ ଜିଲ୍ଲାରୁ ୫୬, ନୂଆପଡ଼ା ଜିଲ୍ଲାରୁ ୧୬, ପୁରୀ ଜିଲ୍ଲାରୁ ୭୭, ରାୟଗଡ଼ା ଜିଲ୍ଲାରୁ ୫୫, ସମ୍ବଲପୁର ଜିଲ୍ଲାରୁ ୩୮, ସୋନପୁର ଜିଲ୍ଲାରୁ ୫୭ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ୧୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ଏବେ ରାଜ୍ୟରେ ମୋଟ୍ ୩୬,୪୭୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫,୮୦୮ ରହିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe