ଭୁବନେଶ୍ୱରରେ ଗଡ଼ିବ ଆଉ ୨୦୦ ନୂଆ ସିଟି ବସ, ପ୍ରତି ଏସି ବସ୍‌ ପରେ ଚାଲିବ ଗୋଟିଏ ନନ୍‌ଏସି ବସ୍‌

Advertisment
ଭୁବନେଶ୍ୱରରେ ଗଡ଼ିବ ଆଉ ୨୦୦ ନୂଆ ସିଟି ବସ, ପ୍ରତି ଏସି ବସ୍‌ ପରେ ଚାଲିବ ଗୋଟିଏ ନନ୍‌ଏସି ବସ୍‌

ଭୁବନେଶ୍ୱର: ବିଶ୍ୱ ହକି କପ୍‌ ୨୦୧୮କୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାତାୟତରେ ସୁବିଧା ପାଇଁ ୨୦୦ଟି ନୂତନ ସିଟି ବସ ଚଳାଚଳ କରିବ ବୋଲି ସୋମବାର ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିସନର କ୍ରିସନ୍‌ କୁମାର । ଏଣିକି ଆଉ ଯାତ୍ରୀଙ୍କୁ ସହର ଭିତରେ ଯାତାୟତ ଲାଗି ବସ ପାଇଁ ବେଶୀ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଭୁବନେଶ୍ୱରର ମୁଖ୍ୟରାସ୍ତାରେ ପ୍ରତି ୪ ମିନିଟ୍‌ରେ ସିଟି ବସ୍‌ ଯାତ୍ରୀଙ୍କୁ ସୁବିଧାରେ ମିଳି ପାରିବ। କେବଳ ଏତିକି ନୁହେଁ, ଗୋଟିଏ ନନ୍‌ଏସି ବସ୍‌ ଚାଲିବା ପରେ ଗୋଟିଏ ଏସି ବସ୍‌ ବ୍ୟବସ୍ଥା ରହିଛି।

publive-imagepublive-image

ତେବେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ମାର୍ଗରେ ୧୧୦ ସରକାରୀ ବସ୍‌ ଚାଲୁଛି। ଭୁବନେଶ୍ୱର ମାତ୍ର ୬ ପ୍ରତିଶତ ଲୋକ ଏହି ସେବା ପାଇ ପାରୁଛନ୍ତି। ତେବେ ଏହି ସେବାର ଲାଭ ଯେପରି ୧୬ପ୍ରତିଶତ ଯାତ୍ରୀ ଉଠାଇ ପାରିବେ ସେ ନେଇ ଏହି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସରକାରୀ ବସ୍‌ର ଅଧୁନିକୀକରଣ ପାଇଁ ୧୨୫କୋଟି ଖର୍ଚ୍ଚ କରାଯିବା ନେଇ ଅଟକଳ କରାଯାଇଛି। ପ୍ରମୁଖ ମାର୍ଗଗୁଡ଼ିକରେ ୯୨ଟି ସରକାରୀ ଏସି ବସ ଚଳାଚଳ ନେଇ ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe