୨୯ଟି ଜିଲ୍ଲାରୁ ଆଜି ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି

Advertisment
୨୯ଟି ଜିଲ୍ଲାରୁ ଆଜି ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୨୪୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨,୨୯୪କୁ ବୃଦ୍ଧି ପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୨୪୩ ଓ କଟକ ଜିଲ୍ଲାରୁ ୧୯୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଅପରପକ୍ଷରେ ଗଜପତିରେ ୬, ଯାଜପୁରରେ ୯୮, ବାଲେଶ୍ବରରେ ୧୪୨, ଜଗତସିଂହପୁର ଜିଲ୍ଲାରେ ୧୬, ପୁରୀରେ ୬୮, କେନ୍ଦ୍ରାପଡ଼ାରେ ୨୭, ଭଦ୍ରକ ଜିଲ୍ଲାରେ ୧୦୪, ସୁନ୍ଦରଗଡ଼ରେ ୧୩୬, ବଲାଙ୍ଗୀରରେ ୩୭, କନ୍ଧମାଳରେ ୧୨୧, ମୟୂରଭଞ୍ଜରେ ୯୧, କୋରାପୁଟରେ ୯୪, ନୟାଗଡ଼ରେ୧୩, କେନ୍ଦୁଝରରେ ୧୩, ନୂଆପଡ଼ାରେ ୯, ଝାରସୁଗୁଡ଼ାରେ ୧୨, ଢେଙ୍କାନାଳରେ ୧୮, କଳାହାଣ୍ଡିରେ ୬୭, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧୫, ମାଲକାନଗିରିରେ ୯୮, ସମ୍ବଲପୁରରେ ୩୫, ରାୟଗଡ଼ାରେ ୧୬୦ , ବୌଦ୍ଧରେ ୪୯, ସୋନପୁର ଜିଲ୍ଲାରେ ୧୧, ଓ ନବରଙ୍ଗପୁର ଜିଲ୍ଲାରେ ୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୨,୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୯,୬୧୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe