ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ

Advertisment
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪୪ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୪୨ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୨ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି।
ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୨୧୧୮ ଜଣ। ଏବେ ସୁଦ୍ଧା ରାଜ୍ୟରୁ ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୨୮ ହଜାର ୪୩ ଜଣ। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

publive-image image source- economic times


ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୯, ବରଗଡ଼ରୁ ୨୩, ବଲାଙ୍ଗୀର ଜିଲ୍ଲାରୁ ୧୯ ଜଣ, ଭଦ୍ରକରୁ ୩, କଟକରୁ ୫, ଦେବଗଡ଼ରୁ ଜଣେ, ଗଜପତିରୁ ୧୯, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୧୯, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୭, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୯, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୫, ନୂଆପଡ଼ାରୁ ୪, ପୁରୀରୁ ୮, ରାୟଗଡ଼ାରୁ ୮ ଜଣ, ସମ୍ବଲପୁରରୁ ୩୭, ସୋନପୁରରୁ ୪ ଓ ସୁନ୍ଦରଗଡ଼ରୁ ୨୨ ଜଣ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା ଷ୍ଟେଟପୁଲରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏଣେ ଜଣେ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe