ନୂଆ ୨୮୯୮ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା

ନୂଆ ୨୮୯୮ ଜଣ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା

ଭୁବନେଶ୍ବର: ଆଜି ରାଜ୍ୟରେ ୨୮୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୭୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୨୦କୁ ବୃଦ୍ଧିପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୨୪୧ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୨୩୨, ଗଞ୍ଜାମ ଜିଲ୍ଲାରୁ ୨୨୬, ବଲାଙ୍ଗୀର ଜିଲ୍ଲାରୁ ୧୭୩, ବାଲେଶ୍ବର ଜିଲ୍ଲାରୁ ୧୪୦, କୋରାପୁଟ ଜିଲ୍ଲାରୁ ୧୩୨, ଭଦ୍ରକ ଜିଲ୍ଲାରୁ ୧୦୭, ରାୟଗଡ଼ା ଜିଲ୍ଲାରୁ ୧୦୫, ପୁରୀ ଜିଲ୍ଲାରୁ ୧୦୪, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୧, ଜଗତସିଂହପୁର ଜିଲ୍ଲାରୁ ୮୪, ସମ୍ବଲପୁର ଜିଲ୍ଲାରୁ ୭୭, କଳାହାଣ୍ଡି ଜିଲ୍ଲାରୁ ୭୬, ଯାଜପୁର ଜିଲ୍ଲାରୁ ୬୯, କନ୍ଧମାଳ ଜିଲ୍ଲାରୁ ୬୩, କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୭, ମାଲକାନଗିରି ଜିଲ୍ଲାରୁ ୫୬, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରୁ ୫୩ ଜଣ ଲେଖାଏଁ, ଝାରସୁଗୁଡ଼ା ଜିଲ୍ଲାରୁ ୪୯, ଢେଙ୍କାନାଳ ଜିଲ୍ଲାରୁ ୪୪, ନବରଙ୍ଗପୁର ଜିଲ୍ଲାରୁ ୩୭, କେନ୍ଦୁଝର ଜିଲ୍ଲାରୁ ୩୫, ସୁବର୍ଣ୍ଣପୁର ଜିଲ୍ଲାରୁ ୨୩, ଅନୁଗୁଳ ଜିଲ୍ଲାରୁ ୧୬, ବରଗଡ଼ ଜିଲ୍ଲାରୁ ୯, ନୂଆପଡ଼ା ଜିଲ୍ଲାରୁ ୮, ଦେବଗଡ଼ ୩ ଓ ବୌଦ୍ଧ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୬୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୫୧ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe