୨୯୯୩ ନୂଆ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧି

Advertisment
୨୯୯୩ ନୂଆ ପଜିଟିଭ୍ ଚିହ୍ନଟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୯୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୭୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮ହଜାର ୫୩୦କୁ ବୃଦ୍ଧିପାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬, ଗଞ୍ଜାମ ଜିଲ୍ଲାରୁ ୨୭୧, କଟକ ଜିଲ୍ଲାରୁ ୧୫୮, ପୁରୀ ଜିଲ୍ଲାରୁ ୧୫୬, ନୟାଗଡ଼ ଜିଲ୍ଲାରୁ ୧୫୩, ରାୟଗଡ଼ା ଜିଲ୍ଲାରୁ ୧୩୭, ଯାଜପୁର ଜିଲ୍ଲାରୁ ୧୨୧, ମୟୂରଭଞ୍ଜ ଜିଲ୍ଲାରୁ ୧୨୦, ବାଲେଶ୍ବର ଜିଲ୍ଲାରୁ ୧୧୫, ସମ୍ବଲପୁର ଜିଲ୍ଲାରୁ ୧୦୪, ବରଗଡ଼ ଜିଲ୍ଲାରୁ ୯୮, କୋରାପୁଟ ଜିଲ୍ଲାରୁ ୯୫, ଭଦ୍ରକ ଜିଲ୍ଲାରୁ ୯୨, ମାଲକାନଗିରି ଜିଲ୍ଲାରୁ ୮୫, ସୁନ୍ଦରଗଡ଼ ଜିଲ୍ଲାରୁ ୭୦, ନବରଙ୍ଗପୁର ଜିଲ୍ଲାରୁ ୬୮, କେନ୍ଦୁଝର ଜିଲ୍ଲାରୁ ୬୩, ବଲାଙ୍ଗୀର ଜିଲ୍ଲାରୁ ୬୨, ଢେଙ୍କାନାଳ ଜିଲ୍ଲାରୁ ୬୦, କନ୍ଧମାଳ ଜିଲ୍ଲାରୁ ୫୮, ଜଗତସିଂହପୁର ଜିଲ୍ଲାରୁ ୪୬, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪୩, ଝାରସୁଗୁଡ଼ା ଜିଲ୍ଲାରୁ ୪୩, ଗଜପତିରୁ ୪୩, ସୋନପୁରରୁ ୪୦, କଳାହାଣ୍ଡିରୁ ୩୬, ଅନୁଗୁଳରୁ ୨୧, ନୂଆପଡ଼ାରୁ ୧୧, ବୌଦ୍ଧ ୯ ଓ ଦେବଗଡ଼ ଜିଲ୍ଲାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୫୨୨୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୭୯୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe