ରାଜ୍ୟରେ ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦କୁ ବୃଦ୍ଧି

Advertisment
ରାଜ୍ୟରେ ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ, ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୫୧୩୦କୁ ବୃଦ୍ଧି

ଭୁବନେଶ୍ବର:  ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରେ ପୁଣି ନୂଆ ୩୭୪୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୧୦ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୮ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩୫ ହଜାର ୧୩୦କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୯୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୬୯, ଗଞ୍ଜାମ ଜିଲ୍ଲାରୁ ୭୧, ବଲାଙ୍ଗୀର ଜିଲ୍ଲାରୁ୧୬୩, ବାଲେଶ୍ବର ଜିଲ୍ଲାରୁ ୧୦୩, କୋରାପୁଟ ଜିଲ୍ଲାରୁ ୯୭, ଭଦ୍ରକ ଜିଲ୍ଲାରୁ ୪୬, ରାୟଗଡ଼ା ଜିଲ୍ଲାରୁ ୮୨, ପୁରୀ ଜିଲ୍ଲାରୁ ୩୮୭, ସୁନ୍ଦରଗଡ଼ ଜିଲ୍ଲାରୁ ୧୫୭, ଜଗତସିଂହପୁର ଜିଲ୍ଲାରୁ ୯୪, ସମ୍ବଲପୁର ଜିଲ୍ଲାରୁ ୭୯, କଳାହାଣ୍ଡି ଜିଲ୍ଲାରୁ ୩୮, ଯାଜପୁର ଜିଲ୍ଲାରୁ ୧୪୦, କନ୍ଧମାଳ ଜିଲ୍ଲାରୁ ୮୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୬, ମାଲକାନଗିରି ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୩୩,  ମୟୂରଭଞ୍ଜ ଜିଲ୍ଲାରୁ ୩ , ଝାରସୁଗୁଡ଼ା ଜିଲ୍ଲାରୁ ୭୦, ଢେଙ୍କାନାଳ ଜିଲ୍ଲାରୁ ୬୫, ନବରଙ୍ଗପୁର ଜିଲ୍ଲାରୁ ୧୨୧, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୪, ଅନୁଗୁଳ ଜିଲ୍ଲାରୁ ୫୭, ବରଗଡ଼ ଜିଲ୍ଲାରୁ ୯୨, ନୂଆପଡ଼ା ଜିଲ୍ଲାରୁ ୧୦୭, ଦେବଗଡ଼ରୁ ୨୪ ଓ ବୌଦ୍ଧ ଜିଲ୍ଲାରୁ ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।


ଏବେ ରାଜ୍ୟରେ ମୋଟ୍ ୧୦୨୧୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨,୩୧୨ରେ ପହଞ୍ଚିିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୭୮୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe