୩୦ଟି ଜିଲ୍ଲାରୁ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି

Advertisment
୩୦ଟି ଜିଲ୍ଲାରୁ ୩୮୬୧ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୩୮୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୨୭୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୮୩ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୮୯୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୩୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୭, ଗଞ୍ଜାମ ଜିଲ୍ଲାରୁ ୯୧, ବଲାଙ୍ଗୀର ଜିଲ୍ଲାରୁ ୭୫, ବାଲେଶ୍ବର ଜିଲ୍ଲାରୁ ୧୦୫, କୋରାପୁଟ ଜିଲ୍ଲାରୁ ୮୬, ଭଦ୍ରକ ଜିଲ୍ଲାରୁ ୭୪, ରାୟଗଡ଼ା ଜିଲ୍ଲାରୁ ୧୫୩, ପୁରୀ ଜିଲ୍ଲାରୁ ୨୦୦, ସୁନ୍ଦରଗଡ଼ ଜିଲ୍ଲାରୁ ୯୬, ଜଗତସିଂହପୁର ଜିଲ୍ଲାରୁ ୮୬, ସମ୍ବଲପୁର ଜିଲ୍ଲାରୁ ୭୭, କଳାହାଣ୍ଡି ଜିଲ୍ଲାରୁ ୨୮, ଯାଜପୁର ଜିଲ୍ଲାରୁ ୨୦୫, କନ୍ଧମାଳ ଜିଲ୍ଲାରୁ ୨୫, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୩, ମାଲକାନଗିରି ଜିଲ୍ଲାରୁ ୩୩, ଗଜପତି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୧୨୨ , ଝାରସୁଗୁଡ଼ା ଜିଲ୍ଲାରୁ ୧୯୯, ଢେଙ୍କାନାଳ ଜିଲ୍ଲାରୁ ୭୪, ନବରଙ୍ଗପୁର ଜିଲ୍ଲାରୁ ୪୪, କେନ୍ଦୁଝର ଜିଲ୍ଲାରୁ ୬୬, ସୁବର୍ଣ୍ଣପୁର ଜିଲ୍ଲାରୁ ୧୧୭, ଅନୁଗୁଳ ଜିଲ୍ଲାରୁ ୧୨୦, ବରଗଡ଼ ଜିଲ୍ଲାରୁ ୧୭୬, ନୂଆପଡ଼ା ଜିଲ୍ଲାରୁ ୪୮, ଦେବଗଡ଼ରୁ ୧୨ ଓ ବୌଦ୍ଧ ଜିଲ୍ଲାରୁ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୯୬୩୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୯୧୯ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe