୪୧୯୮ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫କୁ ବୃଦ୍ଧି

Advertisment
୪୧୯୮ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୫ ହଜାର ୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୪୧୯୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୨୨ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୫୫ହଜାର ୫କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ଦ୍ବିତୀୟ ସର୍ବାଧିକ ୩୬୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୪୩, ଗଞ୍ଜାମ ଜିଲ୍ଲାରୁ ୪୪, ବଲାଙ୍ଗୀର ଜିଲ୍ଲାରୁ ୧୯୭, ବାଲେଶ୍ବର ଜିଲ୍ଲାରୁ ୧୩୦, କୋରାପୁଟ ଜିଲ୍ଲାରୁ ୯୯, ଭଦ୍ରକ ଜିଲ୍ଲାରୁ ୫୩, ରାୟଗଡ଼ା ଜିଲ୍ଲାରୁ ୧୩୬, ପୁରୀ ଜିଲ୍ଲାରୁ ୩୧୦, ସୁନ୍ଦରଗଡ଼ ଜିଲ୍ଲାରୁ ୧୯୫, ଜଗତସିଂହପୁର ଜିଲ୍ଲାରୁ ୯୭, ସମ୍ବଲପୁର ଜିଲ୍ଲାରୁ ୧୩୦, କଳାହାଣ୍ଡି ଜିଲ୍ଲାରୁ ୯୩, ଯାଜପୁର ଜିଲ୍ଲାରୁ ୧୫୬, କନ୍ଧମାଳ ଜିଲ୍ଲାରୁ ୭୮, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୩, ମାଲକାନଗିରି ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୧୪, ମୟୂରଭଞ୍ଜ ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୯୫, ଢେଙ୍କାନାଳ ଜିଲ୍ଲାରୁ ୮୦, ନବରଙ୍ଗପୁର ଜିଲ୍ଲାରୁ ୯୮, କେନ୍ଦୁଝର ଜିଲ୍ଲାରୁ ୬୩, ସୁବର୍ଣ୍ଣପୁର ଜିଲ୍ଲାରୁ ୭୪, ଅନୁଗୁଳ ଜିଲ୍ଲାରୁ ୧୦୮, ବରଗଡ଼ ଜିଲ୍ଲାରୁ ୯୫, ନୂଆପଡ଼ା ଜିଲ୍ଲାରୁ ୧୧୬, ଦେବଗଡ଼ ୩୪ ଓ ବୌଦ୍ଧ ଜିଲ୍ଲାରୁ ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏବେ ରାଜ୍ୟରେ ମୋଟ୍ ୧୧୮୬୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୬୭୩ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe