୪୨୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି

୪୨୦୮ ନୂଆ କରୋନା ପଜିଟିଭ୍ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୪୨୦୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୬୨ ଓ ସ୍ଥାନୀୟ ଅଞ୍ଚଳରୁ ୧୭୪୬ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧ ହଜାର ୯୬କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ଆଜି କେତେଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳ କଟକ ଜିଲ୍ଲାରୁ ୪୬୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ନୟାଗଡ଼ ଜିଲ୍ଲାରୁ ୫୨, ଗଞ୍ଜାମ ଜିଲ୍ଲାରୁ ୬୩, ବଲାଙ୍ଗୀର ଜିଲ୍ଲାରୁ ୭୬, ବାଲେଶ୍ବର ଜିଲ୍ଲାରୁ ୧୧୮, କୋରାପୁଟ ଜିଲ୍ଲାରୁ ୭୨, ଭଦ୍ରକ ୪୮, ରାୟଗଡ଼ା ଜିଲ୍ଲାରୁ ୬୧, ପୁରୀ ଜିଲ୍ଲାରୁ ୧୯୯, ସୁନ୍ଦରଗଡ଼ ଜିଲ୍ଲାରୁ ୮୦, ଜଗତସିଂହପୁର ଜିଲ୍ଲାରୁ ୧୮୧, ସମ୍ବଲପୁର ଜିଲ୍ଲାରୁ ୧୩୧, କଳାହାଣ୍ଡି ଜିଲ୍ଲାରୁ ୧୧୬, ଯାଜପୁର ଜିଲ୍ଲାରୁ ୨୩୭, କନ୍ଧମାଳ ଜିଲ୍ଲାରୁ ୧୦୨, କେନ୍ଦ୍ରାପଡ଼ା ଜିଲ୍ଲାରୁ୧୧୦, ମାଲକାନଗିରି ଜିଲ୍ଲାରୁ ୬୧, ଗଜପତି ଜିଲ୍ଲାରୁ ୧୩, ମୟୂରଭଞ୍ଜ ଜିଲ୍ଲାରୁ ୧୫୪ , ଝାରସୁଗୁଡ଼ା ଜିଲ୍ଲାରୁ ୮୧, ଢେଙ୍କାନାଳ ଜିଲ୍ଲାରୁ ୬୮, ନବରଙ୍ଗପୁର ଜିଲ୍ଲାରୁ ୧୩୧, କେନ୍ଦୁଝର ଜିଲ୍ଲାରୁ ୮୨, ସୁବର୍ଣ୍ଣପୁର ଜିଲ୍ଲାରୁ ୨୬, ଅନୁଗୁଳ ଜିଲ୍ଲାରୁ ୧୯୪, ବରଗଡ଼ ଜିଲ୍ଲାରୁ ୧୧୪, ନୂଆପଡ଼ା ଜିଲ୍ଲାରୁ ୧୭୫, ଦେବଗଡ଼ରୁ ୨୦ ଓ ବୌଦ୍ଧ ଜିଲ୍ଲାରୁ୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାଛଡ଼ା ଷ୍ଟେଟ୍ ପୁଲରୁ ୨୨୪୪ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ରାଜ୍ୟରେ ମୋଟ୍ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯,୨୩୨ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe