Image Courtesy of Zee News
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୭୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୮୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪ ଜଣ, ବାଲେଶ୍ୱରରୁ ୧୬ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୬ ଜଣ, ବଲାଙ୍ଗୀରରୁ ୧ ଜଣ, ବୌଦ୍ଧରୁ ୫ ଜଣ, କଟକରୁ ୩୬ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ୧୩ ଜଣ, ଯାଜପୁରରୁ ୮ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୪୩ ଜଣ, ମୟୂରଭଞ୍ଜରୁ ୧୦ ଜଣ, ନବରଙ୍ଗପୁରରୁ ୧ ଜଣ, ନୟାଗଡ଼ରୁ ୬ ଜଣ, ପୁରୀରୁ ୫ ଜଣ, ରାୟଗଡ଼ାରୁ ୧୩ ଜଣ, ସମ୍ୱଲପୁରରୁ ୧୪ ଜଣ, ସୁନ୍ଦରଗଡ଼ରୁ ୮ଜଣ, ସୋନପୁରରୁ ୧ ଜଣ ଓ ଷ୍ଟେଟ ପୁଲରୁ ୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୭ ହଜାର ୫୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୨୪ ହଜାର ୪୨୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪ ହଜାର ୭୪୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
Follow Us