ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର!

ଖୋର୍ଦ୍ଧାରେ ହେବ ନୂତନ ବିମାନ ବନ୍ଦର!

Maps of India

ଭୁବନେଶ୍ୱର: ଓଡ଼ିଶାରେ ହେବ ଆଉ ଏକ ବିମାନ ବନ୍ଦର। ଏହି ବିମାନବନ୍ଦରଟି ଖୋର୍ଦ୍ଧାରେ ହେବ ବୋଲି ସୂଚନା ରହିଛି। ଖୋର୍ଦ୍ଧା ନିକଟରେ ଏକ ନୂଆ ବିମାନ ବନ୍ଦର ପାଇଁ ଭାରତୀୟ ବିମାନ ବନ୍ଦର କର୍ତୃପକ୍ଷ ଚାହୁଁଛନ୍ତି। ଏଥିପାଇଁ ଖୋର୍ଦ୍ଧା ନିକଟରେ ଅନ୍ତତଃ ୧୫୦୦ରୁ ୧୦୦୦ଏକର ଜମି ଚିହ୍ନଟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ଏ ନେଇ ଇଡକୋର ଅଧ୍ୟକ୍ଷ ତଥା ବିଡିଏର ଉପାଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱରରେ ଥିବା ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଅଧିକ ସଂପ୍ରସାରିତ କରିବା ସମ୍ଭବ ହେଉନଥିବାରୁ ଭାରତୀୟ ବିମାନବନ୍ଦର କର୍ତୃପକ୍ଷ ଆଉ ଏକ ନୂଆ ବିମାନ ବନ୍ଦର ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି। ଏଭଳି ବିମାନ ବନ୍ଦର ଗ୍ରେଟର ଭୁବନେଶ୍ୱର ମାଷ୍ଟର ପ୍ଲାନ୍‌ ବାହାରେ ଖୋର୍ଦ୍ଧା ନିକଟରେ ହେବା ଦରକାର ବୋଲି ସରକାର ଚାହୁଁଛନ୍ତି। ବିଡିଏ ଓ ଇଡକୋ ପାଖରେ ଏଭଳି ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ ଥିଲେ ତାହା ଜଣାଇବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe