ନନ୍ଦିଘୋଷରେ ଲାଗିଲା ନୂଆ ଅଖ

Advertisment

ବଡ଼ଦାଣ୍ଡରେ ୫ ଫୁଟ ଗଭୀରର ଗାତ ଖୋଳି କଢ଼ା ହେଲା ଚକ ସହ ଭଙ୍ଗା ଅଖ

ବଡ଼ଦାଣ୍ଡରେ ୫ ଫୁଟ ଗଭୀରର ଗାତ ଖୋଳି କଢ଼ା ହେଲା ଚକ ସହ ଭଙ୍ଗା ଅଖ

ନନ୍ଦିଘୋଷରେ ଲାଗିଲା ନୂଆ ଅଖ

ପୁରୀ : ନନ୍ଦିଘୋଷ ରଥର ଭଙ୍ଗା ଅଖକୁ ଶେଷରେ ପରିବର୍ତ୍ତନ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବଡ଼ଦାଣ୍ଡରେ ୫ ଫୁଟ ଗଭୀରର ଗାତ ଖୋଳାଯାଇ ଦୁଇ ଚକ ସହ ଭଙ୍ଗା ଅଖକୁ କଢ଼ାଯିବା ପରେ ଆଜି ଭୋର୍‌ରୁ ନୂଆ ଅଖ ସଂଯୋଗ କରାଯାଇଛି। ନନ୍ଦିଘୋଷ ରଥର ପଛଆଣି ଚକର ଅଖରେ ବାମପାର୍ଶ୍ବ ତୁମ୍ବ ପାଖରେ ଫାଟ ଥିବା ଜଣାପଡ଼ିବା ପରେ ଗତକାଲି ରଥ ଯାଞ୍ଚ କମିଟି ଏହାକୁ ପରିର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଣୁ ବଡ଼ଦାଣ୍ଡରୁ ଭକ୍ତ ଖାଲି ହେବା ପରେ ଗତକାଲି ରାତି ପ୍ରାୟ ୧୨ଟାରେ ନନ୍ଦିଘୋଷ ରଥ ନିର୍ମାଣ ଜାଗାରେ ଖନନ କାର୍ଯ୍ୟ କରାଯାଇଥିଲା। ରଥର ପଛପାର୍ଶ୍ବ ଦୁଇ ଚକ ସିଧାରେ ଜେସିବି ଜରିଆରେ ପ୍ରାୟ ୭ ଫୁଟ ଲମ୍ବ, ୪ ଫୁଟ ଚଉଡ଼ା ଓ ୫ ଫୁଟ ଗଭୀର ଲେଖାଏଁ ଗାତ ଖୋଳାଯିବା ପରେ କ୍ରେନ୍‌ ଜରିଆରେ ଚକ-ଅଖକୁ ରଥରୁ ଅଲଗା କରି କଢ଼ାଯାଇଥିଲା। ପରେ ଦୁଇ ଚକରେ ପୂର୍ବପ୍ରସ୍ତୁତ ନୂଆ ଅଖକୁ ସଂଯୋଗ କରାଯାଇ ଶନିବାର ଭୋର୍‌ରେ ଏହାକୁ ରଥରେ ସଂଯୋଗ କରାଯାଇଛି।

ନୂଆ ଅଖ ସଂଯୋଗ ହେବା ପରେ ଶନିବାର ସକାଳେ ପୁନର୍ବାର ଦଣ୍ଡା ସହ ଅଖ ଜାବୁଡ଼ି ଧରିବା ପାଇଁ ନୂଆ କରି ଦଣ୍ଡା କଣ୍ଟା ବାଡ଼ିଆ ହୋଇଛି। ଆବଶ୍ୟକ ସ୍ଥଳେ ଜଗ ଲଗାଇ ଦଣ୍ଡା ଓ ଅନ୍ୟାନ୍ୟ ଅଂଶକୁ ଟେକିବା ପରେ କଣ୍ଟା ବାଡ଼ିଆ ହୋଇଛି। ଏଥିପାଇଁ ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିର ପ୍ରତ୍ନତତ୍ତ୍ବ ବିଭାଗ କୋର୍‌ କମିଟି ସଦସ୍ୟ ଏନ୍‌ ସି ପାଲ୍‌, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ମହାପାତ୍ର, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ଅଜିତ କୁମାର ମହାପାତ୍ରଙ୍କ ସହ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe