ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରେ ବାନା ବାନ୍ଧିବା ପାଇଁ ଲାଗିଥିବା ଅକ୍ଷୟଦଣ୍ଡ ଗତକାଲି ଭାଙ୍ଗିଯିବା ପରେ ଆଜି ନୂଆ ଅକ୍ଷୟଦଣ୍ଡ ଲାଗିଛି। ବିଧିପୂର୍ବକ ପୂଜାର୍ଚ୍ଚନା ପରେ ଅପରାହ୍ଣରେ ନୂଆ ଅକ୍ଷୟଦଣ୍ଡ ଲଗାଯାଇଥିଲା ଏବଂ ଏଥିରେ ବାନା ବନ୍ଧାଯାଇଛି ବୋଲି ଶ୍ରୀମନ୍ଦିର ଚୁନରା ନିଯୋଗ ସଂପାଦକ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ବିଧି ଅନୁଯାୟୀ ଆଜି ନୂଆ ମୂଳି ବାଉଁଶକୁ ଗଣ୍ଠି ମାରି ଚିକ୍କଣ କରାଯିବା ପରେ ମା’ ବିମଳାଙ୍କ ମନ୍ଦିର ନିକଟ କୂଅଜଳରେ ସ୍ନାନ କରାଯାଇଥିଲା। ପରେ ମା’ ବିମଳାଙ୍କ ମନ୍ଦିରରୁ ମାଳ ଆସି ଲାଗିହେବା ପରେ ଏହାକୁ ନୀଳାଚକ୍ରରେ ଚୁନରା ସେବକମାନେ ଲଗାଇଥିଲେ।
ଶ୍ରୀମନ୍ଦିରରେ ଲାଗିଲା ନୂଆ ଅକ୍ଷୟଦଣ୍ଡ
Advertisment
Follow Us