ନବଜାତକ ଅଦଳବଦଳ ଅଭିଯୋଗ

Advertisment

କେନ୍ଦ୍ରାପଡା ଡାକ୍ତରଖାନାରେ ଉତ୍ତେଜନା

କେନ୍ଦ୍ରାପଡା ଡାକ୍ତରଖାନାରେ ଉତ୍ତେଜନା

ନବଜାତକ ଅଦଳବଦଳ ଅଭିଯୋଗ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ଦୁଇଟି ନବଜାତ ଶିଶୁଙ୍କୁ ଅଦଳବଦଳ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ମୁହାଁମୁହିଁ ହୋଇଥିଲା। ଦୀର୍ଘସମୟ ଧରି ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗିରହିଥିଲା।

ମିଳିଥିବା ସୂଚନାନୁସାରେ, ଗରଦପୁର ବ୍ଲକ୍‌ ବଡ଼ ବେତରା ଗ୍ରାମର ସୁଶାନ୍ତ ମହାପାତ୍ରଙ୍କ ପତ୍ନୀ ପ୍ରଭାତୀ(୩୪)ଙ୍କ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ପ୍ରସୂତି କକ୍ଷକୁ ନିଆଯାଇଥିଲା । ଠିକ୍‌ ଏହାର କିଛି ସମୟ ମଧ୍ୟରେ ପ୍ରସବ ଯନ୍ତ୍ରଣା ପାଉଥିବା ପଟ୍ଟାମୁଣ୍ଡାଇ ଦାଣ୍ଡିସାହିର ଚନ୍ଦନ ବିଶ୍ୱାଳଙ୍କ ପତ୍ନୀ ଶୁଭସ୍ମିତା ନାୟକ(୨୭)ଙ୍କୁ ପ୍ରସୂତି କକ୍ଷକୁ ନିଆଯାଇଥିଲା । ଉଭୟଙ୍କର ସିଜରିଆନ୍‌ ଅସ୍ତ୍ରୋପଚାର କରାଯାଇଥିଲା । ଉଭୟଙ୍କ ଚେତା ଫେରିବା ପରେ ପ୍ରଭାତୀଙ୍କ ନିକଟରେ ଏକ କନ୍ୟା ସନ୍ତାନ ଓ ଶୁଭସ୍ମିତାଙ୍କ ପାଖରେ ପୁତ୍ର ସନ୍ତାନ ଥିବା ଦେଖିଥିଲେ। ଏନେଇ ନର୍ସ ତଥା ଧାଈମାନେ ସୂଚନା ଦେଇଥିଲେ । ଏହିସମୟରେ, ହଠାତ୍‌ ପ୍ରଭାତୀ ଓ ତାଙ୍କ ନଣନ୍ଦ ଗୀତାଂଜଳି ମହାନ୍ତି ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିବା ଅଭିଯୋଗ କରିଥିଲେ। ଏବଂ, ଝିଅ କେଉଁଠୁ ଆସିଲା ବୋଲି ଦୁହେଁ ପ୍ରଶ୍ନ କରିଥିଲେ। ମାତ୍ର, ଏହାକୁ ଓଟି ଭିତରେ ଥିବା ଡାକ୍ତର, ନର୍ସ ଷ୍ଟାଫ୍‌ ସମସ୍ତେ ଅସ୍ୱୀକାର କରିଥିଲେ । ସେହିଭଳି, ତେବେ ପ୍ରଥମ ଥର ପାଇଁ ପୁତ୍ର ସନ୍ତାନ ଲାଭ କରିଛି ବୋଲି ଦାବି କରି ଶୁଭସ୍ମିତା ଓ ଚନ୍ଦନ ପିଲା ଅଦଳ ବଦଳ ଅଭିଯୋଗକୁ ଅସ୍ୱୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ର କରି ହସ୍ପିଟାଲ ପରିସରରେ କିଛି ସମୟ ଟଣାଓଟରା ଲାଗି ରହିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାହୁ ସେଠାରେ ପହଁଚି ଉଭୟ ପରିବାରକୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ । ତେବେ ପ୍ରଭାତୀଙ୍କ ସ୍ୱାମୀ ଜିଦ୍‌ରେ ନ ଛୋଡ଼ବନ୍ଧା ଥିଲେ । ସେ ଏନେଇ ଟାଉନ୍‌ଥାନାରେ ଅଭିଯୋଗ କରାଯାଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବୈଷ୍ଣବ ଚରଣ ସାହୁ ଘଟଣା ସ୍ଥଳରେ ପହଁଚି ଅସ୍ତ୍ରୋପଚାର କରିଥିବା ଡାକ୍ତର ବି.ଆର୍‌. ପତି ଓ ନର୍ସ ଷ୍ଟାଫ୍‌ଙ୍କ ସହ ଆଲୋଚନା କରିଥିଲେ । ତେବେ ସେ ଶିଶୁ ଅଦଳବଦଳ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଆବଶ୍ୟକ ପଡ଼ିଲେ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ସେ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe