ଭୀମସାର୍‌ରୁ ନବଜାତି ଚୋରି: ଅଭିଯୋଗ ଆଣିଲେ ଛତିଶଗଡ଼ର ଦଂପତି

ଛତିଶଗଡ଼ର ନବଜାତ ଓଡ଼ିଶାରେ ‌ଚୋରି। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ନବଜାତ ଶିଶୁ ଚୋରି ନେଇ ଛତିଶଗଡ଼ର ଦମ୍ପତି ଏହି ଅଭିଯୋଗ ଆଣିଛନ୍ତି।

ଅଦ୍ୟତନ ହୋଇଛି
c1c5d5cb-ae6c-4fc8-8223-6b88aaeffb2e

ସମ୍ବଲପୁର: ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ। ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁ ଚୋରି ଅଭିଯୋଗ ହୋଇଛି। ନବଜାତ ଶିଶୁ ଚୋରି ନେଇ ଛତିଶଗଡ଼ର ଦମ୍ପତି ବୁର୍ଲା ଥାନାରେ ଏହି ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ କରୁଛି। 

ପୁଲିସ କହିବା ଅନୁସାରେ ଛତିଶଗଡ଼ଗର ମହାସମୁନ୍ଦ ଜିଲ୍ଲା ବସନା ଥାନା ଅନ୍ତର୍ଗତ ‌ବଡେସଜାପାଲି ଗାଁର ମୋହନ ଦାସଙ୍କ ପତ୍ନୀ ସୀତା ଦାସ ଗତ ୨୪ ତାରିଖ ଦିନ ଭୀମସାରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିଲେ। ସେ ଗତକାଲି (ସୋମବାର) ଦିନ ଏକ ଶିଶୁ ଜନ୍ମ ଦେଇଥିଲେ। ପିଲା ଜନ୍ମ ହେଲା ପରେ ତାଙ୍କ ସହିତ ଜଣେ ମହିଳା ସମ୍ପର୍କ ରଖି ମିଶୁଥିଲା। ଅପରାହ୍‌ଣ ପ୍ରାୟ ୩ଟା ବେଳେ ଦଂପତି ସେମାନଙ୍କର ଛୁଆ ନଥିବା ଦେଖିଥିଲେ। ଖୋଜାଖୋଜି କରି ନପାଇବା ପରେ ପୁଲିସରେ ଅଭିଯୋଗ କରିଥିଲେ। 

ରାଜ୍ୟରେ ଅନେକ ସମୟରେ ନବଜାତ ଶିଶୁ ଚୋରି ଘଟଣା ଦେଖାଯାଉଛି। ଗତ ଜୁନ୍‌ ମାସରେ ବାଲେଶ୍ବର ଜିଲ୍ଲାରେ ଡାକ୍ତରଖାନାରୁ ଶିଶୁ ଚୋରି ହୋଇଥିଲା। 

ରାଜ୍ୟରେ ନବଜାତ ଚୋରି ଘଟଣା ନୁଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତ ଜୁନ୍‌ ମାସରେ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗରୁ ନବଜାତ ଶିଶୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ପରେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ‌ପରେ ନବଜାତ ଶିଶୁ ଜଳେଶ୍ଵର ଅଞ୍ଚଳରୁ ପୁଲିସ ନବଜାତ ପୁତ୍ରକୁ ଉଦ୍ଧାର କରିଥିଲା। ତେବେ ଶିଶୁଟିକୁ ଚୋରି କରିଥିବା ମହିଳାଙ୍କ ସମେତ ଆଶାକର୍ମୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe