The Indian Express
ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କେହି ଜଣେ ଅଜଣା ମହିଳା ଏକ ନବଜାତ ଶିଶୁକନ୍ୟାକୁ ଛାଡ଼ି ଗାଏବ ହୋଇଯାଇଛନ୍ତି। ଶିଶୁଟିର ବୟସ ପ୍ରାୟ ୪ ଦିନ ହୋଇଥିବା ବେଳେ ସେ ସୁସ୍ଥ ଥିବା ଜଣାପଡ଼ିଛି। ଆଜି ଅପରାହ୍ନ ପ୍ରାୟ ୨ଟା ସମୟରେ ଉକ୍ତ ଶିଶୁକନ୍ୟାକୁ ଆଣି ଜଣେ ମହିଳା ମାତୃ ଓ ଶିଶୁ ଚିକିତ୍ସାଳୟ ବେଡ୍ରେ ଶୁଆଇଥିଲେ।
ତେବେ ଏହାର କିଛି ସମୟ ପରେ ସେ କେଉଁ ଆଡେ ଚାଲିଯାଇଥିଲେ। ଚିକିତ୍ସାଧୀନ ଅନ୍ୟାନ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ନଜରରେ ଏହି ଘଟଣା ପଡ଼ିବା ପରେ ସେ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ତେବେ ଏହି ଶିଶୁଟିକୁ ଆଣି ଚିକିତ୍ସାଳୟରେ ଛାଡ଼ି ଚାଲିଯାଇଥିବା ମହିଳାଙ୍କ ବାବଦରେ ଜଣାପଡ଼ିନଥିବା ଏଡିଏମ୍ଓ ସୁଧାଂଶୁ ଶେଖର ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଘଟଣା ସମ୍ପର୍କରେ ପୁଲିସ ଓ ଚାଇଲ୍ଡ ଲାଇନ୍କୁ ସୂଚନା ପ୍ରଦାନ କରାଯାଇଛି, ଶିଶୁଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ରହିଥିବା ଜଣାପଡ଼ିଛି।
Follow Us