ସୁବର୍ଣ୍ଣପୁର: ନୂତନ ଜିଲ୍ଲାପାଳଙ୍କ ଯୋଗଦାନ, ‘ଗରିବଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବି’

Advertisment
ସୁବର୍ଣ୍ଣପୁର: ନୂତନ ଜିଲ୍ଲାପାଳଙ୍କ ଯୋଗଦାନ, ‘ଗରିବଙ୍କ ସମସ୍ୟା ସମାଧାନକୁ ପ୍ରାଥମିକତା ଦେବି’

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଗୁରୁବାର ଅବୋଲି ସୁନୀଲ ନରୱଣେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ସେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଥିଲେ। ଗରିବ, ନିଷ୍ପେସିତ ଲୋକଙ୍କ ନିକଟରେ ସରକାରୀ ଯୋଜନା ପହଞ୍ଚାଇବା ଓ ସେମାନଙ୍କର ସମସ୍ୟା ସମାଧାନ ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏହା ସହିତ ଚାଷୀ ସମସ୍ୟା ସମାଧାନକୁ ଗୁରୁତ୍ବ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଉଚ୍ଚକୋଟୀର ସଂସ୍କୃତି ତଥା ବୟନ ଶିଳ୍ପକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ସେ ଉଦ୍ୟମ କରିବେ ବୋଲି ତାଙ୍କର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେହିପରି ଜିଲ୍ଲାର ସାମଗ୍ରିକ ବିକାଶ ଜନସାଧାରଣଙ୍କ ସହଯୋଗରେ ଆଗକୁ ‌ନେବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।

କାର୍ଯ୍ୟରେ ଯୋଗ ଦେବା ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୋନପୁର ଆଟିଆଇସ୍ଥିତ ଜିଲ୍ଲା କୋଭିଡ୍ ଡାକ୍ତରଖାନା, ନିର୍ମାଣ‌ାଧୀନ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଜିଲ୍ଲାର ସ୍ବାସ୍ଥ୍ୟ ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲ୍ଲୀପ ପଣ୍ଡାଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଶ୍ରୀମତୀ ନରୱଣେଙ୍କ ଯୋଗଦାନ ପରେ ଏସ୍‌ପି ସୀତାରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ସୋନପୁର ଉପଜିଲ୍ଲାପାଳ ନିହାର ରଞ୍ଜନ କହଁର, ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀମାନେ ସୌଜନ୍ୟମୂଳକ ସାକ୍ଷାତ କରି ତାଙ୍କୁ ସ୍ବାଗତ ଓ ଅଭିନନ୍ଦନ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe