Northeast Now
ପ୍ରଧାନଶିକ୍ଷକଙ୍କ କାନ୍ଧରେ ପାଠପଢ଼ା ଦାୟିତ୍ବ
ପ୍ରତି କ୍ଲାସରେ ଝୁଲିବ ଟାଇମ୍ ଟେବୁଲ୍
ବେସରକାରୀ ସ୍କୁଲଙ୍କ ପାଇଁ ବହି ବିକ୍ରି ଆରମ୍ଭ
ଭୁବନେଶ୍ବର : କରୋନା ସମୟରେ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଛି। ନିର୍ଧାରିତ ସମୟରେ ସିଲାବସ୍ ଶେଷ ହୋଇନି। ଛାତ୍ରଛାତ୍ରୀଙ୍କ ପାଠପଢ଼ା ଦୁଇ ମାସ ପଛୁଆ ଚାଲିଛି। ପାଖାପାଖି ଦୁଇ ବର୍ଷ ଧରି କ୍ଲାସରୁମ୍ ଶିକ୍ଷାଦାନ ହୋଇ ନ ଥିବାରୁ ପିଲାମାନେ ବି ଶିକ୍ଷା ଗ୍ରହଣରେ ଦୁର୍ବଳ ରହିଛନ୍ତି। ସେମାନଙ୍କୁ ପୁଣିଥରେ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ରୂପରେଖ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ। ଗ୍ରୀଷ୍ମ ଛୁଟି ପରେ ପିଲାଙ୍କ ପାଠପଢ଼ା ଯେପରି ସ୍ବାଭାବିକ ହେବ ଏବଂ ୨୦୨୨-୨୩ ଶିକ୍ଷାବର୍ଷ ଠିକ୍ ଭାବେ ପରିଚାଳିତ ହୋଇପାରିବ, ସେନେଇ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀଙ୍କ ଉପରେ ଅଧିକ ଦାୟିତ୍ବ ନ୍ୟସ୍ତ ହୋଇଛି। ଠିକ୍ ଢାଞ୍ଚାରେ ଏକାଡେମିକ୍ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ମାସ ମଧ୍ୟରେ ଶେଷ ହେବ, ତାହାକୁ ନେଇ ଯୋଜନା ପ୍ରସ୍ତୁତ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
The News Minuteଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବାର ପ୍ରଥମ ଦିନ ହିଁ ପ୍ରଧାନ ଶିକ୍ଷକମାନେ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ଟାଇମ୍ ଟେବୁଲ, ଲେସନ୍ ପ୍ଲାନ/ଲେସନ୍ ନୋଟ୍ ଆଦି ପ୍ରସ୍ତୁତ କରିବେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ଏଫ୍ଏଲଏନ୍ ଓ ୪ର୍ଥରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍ଇପି ବହିକୁ ପାଠ୍ୟପୁସ୍ତକ ସହ ଦିଆଯିବ। ପାଠ୍ୟପୁସ୍ତକ ସହ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକ ଯେପରି ସମସ୍ତଙ୍କ ନିକଟରେ ପହଞ୍ଚିବ, ପ୍ରଧାନଶିକ୍ଷକମାନେ ତାହାର ଦାୟତ୍ବ ନେବେ। ପ୍ରତି ଶ୍ରେଣୀରେ ବିଷୟ ଅନୁଯାୟୀ, ଟାଇମ୍ ଟେବୁଲ୍ ଝୁଲା ହେବ। ଏଣ୍ତ ଲାଇନ୍ ଟେଷ୍ଟରେ କମ୍ ମାର୍କ ରଖିଥିବା ପିଲାଙ୍କ ଉପରେ ସମ୍ପୃକ୍ତ ବିଷୟର ଶିକ୍ଷକମାନେ ଅଧିକ ଗୁରୁତ୍ବ ଦେବେ। ଯେଉଁ ପିଲାମାନେ ଭଲ ପ୍ରଦର୍ଶନ କରିଥିବେ, ସେମାନଙ୍କ ଲାଗି କ୍ରିଏଟିଭ୍ ୱାକିଂ, କୁଇଜ୍, ବକ୍ତୃତା ପରି କାର୍ଯ୍ୟକ୍ରମ କରାଯାଇ ଜ୍ଞାନ ବୃଦ୍ଧି କରାଯାଇ ପାରିବ। ଗ୍ରୁପ୍ ଅନୁଯାୟୀ ଶିକ୍ଷାଦାନକୁ ପ୍ରାଥମିକତା ଦିଆଯିବ। ଶିକ୍ଷକମାନଙ୍କୁ ଅନ୍ଲାଇନ୍ ସୁବିଧା ସହ କ୍ଲାସ୍ ଅନୁଯାୟୀ ବିଷୟଭିତ୍ତିକ ପାଠପଢ଼ା ଉପରେ ସିଆରସିସିମାନେ ନଜର ରଖିବେ। ପ୍ରଧାନ ଶିକ୍ଷକମାନେ କ୍ଲାସ ସୁପରଭିଜନ୍ କରିବେ ଏବଂ ତାହାକୁ ରେଜିଷ୍ଟର୍ରେ ରଖିବା ସହ ଶିକ୍ଷକଙ୍କୁ ଜଣାଇବେ। ଶିକ୍ଷକଙ୍କ ଲେସନ୍ ନୋଟ୍କୁ ପ୍ରଧାନଶିକ୍ଷକ ଯାଞ୍ଚ କରିବା ସହ ରିମାର୍କ ଦେବେ।
NewsClickଅନ୍ୟପକ୍ଷରେ ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ପ୍ରଚଳିତ ସମସ୍ତ ଜାତୀୟକରଣ ପାଠ୍ୟପୁସ୍ତକ ନିର୍ଧାରିତ ମୂଲ୍ୟରେ ପ୍ରତି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିକ୍ରୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ବିଭିନ୍ନ ଅଣଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ତଥା ଅଭିଭାବକ ସେଠାରୁ ପୁସ୍ତକ କ୍ରୟ କରିପାରିବେ। ବହି କିଣିବା ସମୟରେ ସମ୍ପୃକ୍ତ ଅଧିକାରୀଙ୍କ ମୋହର ଦେଖି କିଣିବାକୁ ପରାମର୍ଶ ଦିଆଯାଇଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୫ଟି ବିକ୍ରୟ କେନ୍ଦ୍ର ହୋଇଥିବା ବେଳେ ଭଦ୍ରକ, କଟକ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାରେ ୩ଟି ଲେଖାଏଁ ବିକ୍ରୟ କେନ୍ଦ୍ର ଖୋଲିଛି। ପ୍ରତି ଇଚ୍ଛୁକ ଛାତ୍ରଛାତ୍ରୀ/ଅଭିଭାବକ କେବଳ ଗୋଟିଏ ସେଟ୍ ପୁସ୍ତକ କ୍ରୟ କରିପାରିବେ। ଯଦି କୌଣସି ବ୍ୟକ୍ତି ସ୍ଥିରୀକୃତ ବିକ୍ରୟ କେନ୍ଦ୍ର ବାହାରେ ଏବଂ ନିର୍ଧାରିତ ମୂଲ୍ୟଠାରୁ ଅଧିକ ଦରରେ ପାଠ୍ୟପୁସ୍ତକ ବିକ୍ରୟ କରୁଥା’ନ୍ତି, ଫୋନ୍ ନମ୍ବର ୦୬୭୪-୨୩୮୦୮୭୧, ୨୩୮୦୮୭୨ରେ ଯୋଗାଯୋଗ କରିବାକୁ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Follow Us