ନୂତନ ଶିକ୍ଷାନୀତି ସ୍ୱାଗତଯୋଗ୍ୟ: ଏବିଭିପି

ନୂତନ ଶିକ୍ଷାନୀତି ସ୍ୱାଗତଯୋଗ୍ୟ: ଏବିଭିପି

The Indian Express

ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟ ଦ୍ୱାରା ମଞ୍ଜୁର ହୋଇଥିବା ନୂତନ ଶିକ୍ଷାନୀତି-୨୦୨୦କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସ୍ୱାଗତ କରିଛି। ୧୯୮୬ରେ କୋଠାରୀ କମିସନର ଦୀର୍ଘ ୩୪ ବର୍ଷ ପରେ ନୂତନ ଶିକ୍ଷାନୀତି ଲାଗୁ ହେବା ଏକ ଐତିହାସିକ ଘଟଣା। ଏହି ଶିକ୍ଷାନୀତିରେ ଶିକ୍ଷାକୁ ଗୋଟିଏ ପରିଚାଳନା ସଂସ୍ଥା ଅଧୀନକୁ ଅଣାଯାଇ ତାହାକୁ ସ୍ୱାୟତତା ଦେଇ ଏକ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ଗଠନ କରାଯିବ। ଦେଶରେ ଅନୁସନ୍ଧାନ ଓ ବିକାଶ ବଢାଇବା, ଗୁଣାତ୍ମକ ବୃଦ୍ଧି ଉଦ୍ଦେଶ୍ୟରେ ଏକ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ ଗଠନ ହେବ। ସେହିପରି ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର ମାନ ନିର୍ଦ୍ଧାରଣ, ଆର୍ଥିକ ପରିଚାଳନା, ଅନୁବନ୍ଧନ ପାଇଁ ସମଗ୍ର ଦେଶରେ ଗୋଟିଏ ମାତ୍ର ସଂସ୍ଥା ରହିବ। ସେହିପରି ଉଚ୍ଚଶିକ୍ଷାର ପାଠ୍ୟକ୍ରମ ବିଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ କରିବା ପାଇଁ ସ୍ଥିର କରାଯାଇଛି। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନିଜ ମାତୃଭାଷା/ସ୍ଥାନୀୟ ଭାଷାରେ ଶିକ୍ଷା ପ୍ରଦାନ କରାଯିବ। ବିଭିପି ବାରମ୍ବାର ଦାବି କରି ଆସୁଥିବା ଆନ୍ଦୋଳନ ସଫଳତାର ଏକ ପାହାଚ ଚଢ଼ିଛି ବୋଲି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe