ନୂତନ ଶିକ୍ଷାନୀତି ଧନୀ ଓ ଗରିବ ଛାତ୍ରଙ୍କ ଭିତରେ ତାରତମ୍ୟ ସୃଷ୍ଟି କରିବ : କଂଗ୍ରେସ

Advertisment
ଓଡ଼ିଶା କଂଗ୍ରେସରେ ଏକତା ନାହିଁ : ନିରଞ୍ଜନ

The Asian Age

ଭୁବନେଶ୍ବର : ଶିକ୍ଷାକ୍ଷେତ୍ରରେ କୌଣସି ପ୍ରକାର ଧନୀ ଗରିବର ପାତରଅନ୍ତର ରହିବା ଉଚିତ ନୁହେଁ। ଏହା ମେଧା ଅନ୍ବେଷଣ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ସୁଯୋଗ ଦେବାରେ ଅନ୍ତରାୟ ସୃଷ୍ଟି କରିବ। ଉଚ୍ଚତର ଶିକ୍ଷା ସବୁବେଳେ ସମାନ ରଖିବା ଜରୁରୀ। ନୂତନ ଶିକ୍ଷାନୀତି ପ୍ରଣୟନର ୧ବର୍ଷ ପୂର୍ତି ଅବସ‌ରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ‌ସମ୍ବୋଧିତ କରି ଯେଉଁ ତଥ୍ୟ ରଖିଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। ଦେଶକୁ ଏକ ବଳିଷ୍ଠ ରାଷ୍ଟ୍ର ଭାବେ ଗଠନ କରିବା ଲାଗି ଯେଉଁ ମହାମନିଷୀମାନେ ସ୍ବପ୍ନ ଦେଖିଥିଲେ, କେନ୍ଦ୍ର ସରକାରଙ୍କ ପ୍ରଚଳିତ ନୂତନ ଶିକ୍ଷାନୀତି ଏଥିରେ ଅନ୍ତରାୟ ସୃଷ୍ଟି କରୁଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ନୂତନ ଶିକ୍ଷାନୀତି ଅଧିକ ବେସରକାରୀ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବ। ଫଳରେ ଶିକ୍ଷାର ବ୍ୟବସାୟୀକରଣ ଦ୍ରୁତ ମାତ୍ରାରେ ବଢ଼ି ଚାଲିବ। ପ୍ରତ୍ୟେକ ପିଲାକୁ ଶିକ୍ଷା ଯୋଗାଇବା ଓ ସମାନ ଭାବେ ଶିକ୍ଷା ଦେ‌ବା ହେଉଛି ରାଷ୍ଟ୍ରର ଦାୟିତ୍ବ ଓ ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। ନୂତନ ଶିକ୍ଷାନୀତିରେ ୫ଟି ଆଞ୍ଚଳିକ ଭାଷାରେ ଇଞ୍ଜିନିୟରିଂ/ବୈଷୟିକ ଶିକ୍ଷା ପ୍ରଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। କେଉଁଠି ନା କେଉଁଠି ଏହା ଶିକ୍ଷକ ଯୁବକ/ଯୁବତୀଙ୍କୁ ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। କେବଳ ନିର୍ବାଚନକୁ ଆଖି ଆଗରେ ରଖି ନିର୍ଦ୍ଦିଷ୍ଟ କିଛି ଅଞ୍ଚଳ ବା ରାଜ୍ୟର ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏଭଳି ଶିକ୍ଷାନୀତି ପ୍ରଣୟନ କରିବା କେତେଦୂର ଠିକ୍ ବୋଲି ସେ ପ୍ରଶ୍ନ କରିଛନ୍ତି।

ମେଡିକାଲ ଶିକ୍ଷାରେ ଏମ୍‌ବିବିଏସ୍‌ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ପଛୁଆବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷଣ ନିଷ୍ପତ୍ତି ସରକାରଙ୍କର। ମାତ୍ର ଆର୍ଥିକ ଅନଗ୍ରସର କ୍ଷେତ୍ରରେ ୧୦ପ୍ରତିଶତ ସଂରକ୍ଷଣ, କେଉଁଠି ନା କେଉଁଠି ମେଧାବୀ ଛାତ୍ରଛାତୀଙ୍କୁ ଉଚ୍ଚଶିକ୍ଷା ଲାଭ କରିବାର ସୁ‌ଯୋଗରୁ ବଞ୍ଚିତ କରିବ। ଏହାଦ୍ବାରା କେବଳ ଧନୀ ଶ୍ରେଣୀର ପିଲାମ‌ାନଙ୍କ ପାଇଁ ସୁ‌ଯୋଗ ସୃଷ୍ଟି ହେବ। ଊନ୍ନବିଂଶ ଶତାବ୍ଦୀରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଉଦ୍ୟମ କରିଥିବା ରାଜା ରା‌ମ‌ମୋହନ ରାୟ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଭଳି ବ୍ୟକ୍ତି ଆଉ ନାହାନ୍ତି। ମାତ୍ର ଶିକ୍ଷା କ୍ଷେତ୍ରରେ ଧନୀ ଗରିବ ପାର୍ଥକ୍ୟରେ ସଂସ୍କାର ଆସିବା ଜରୁରୀ। ଶିକ୍ଷାର ବ୍ୟବସାୟୀକରଣକୁ ଯଥାଶୀଘ୍ର ବନ୍ଦ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe