ବାଲେଶ୍ବର ଷ୍ଟେସନ୍‌ରେ ନୂତନ ଲିପ୍ଟ ଉଦ୍‌ଘାଟିତ,ଏସ୍କାଲେଟର ସ୍ଥାପନ ନେଇ ଶିଳାନ୍ୟାସ

Advertisment
ବାଲେଶ୍ବର ଷ୍ଟେସନ୍‌ରେ ନୂତନ ଲିପ୍ଟ ଉଦ୍‌ଘାଟିତ,ଏସ୍କାଲେଟର ସ୍ଥାପନ ନେଇ ଶିଳାନ୍ୟାସ

ବାଲେଶ୍ବର: ବାଲେଶ୍ବର ଷ୍ଟେସନ୍‌ରେ ଯାତ୍ରୀଙ୍କ ସୁବିଧାରେ ଉନ୍ନତି ଆଣିବା ପାଇଁ ଦକ୍ଷିଣପୂର୍ବ ରେଳ ଖଡ଼ଗପୁର ମଣ୍ଡଳ ପ୍ଲାଟଫର୍ମ ନମ୍ବର ୧ ଓ ୨ରେ ୧୦ କୋଟି ୭୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଦୁଇଟି ଲିଫ୍ଟକୁ ଆଜି ଉଦ୍‌ଘାଟନ କରାଯାଇଛି। ଏହାସହିତ ସମାନ ପ୍ଳାଟଫର୍ମରେ ୩ କୋଟି ୯ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ଏସ୍କାଲେଟରର ସ୍ଥାପନ ନେଇ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଶିଳାନ୍ୟାସ କରିଛନ୍ତି।

ଉଦ୍‌ଘାଟନ ହୋଇଥିବା ଲିଫ୍ଟ ଦ୍ଵାରା ବୟସ୍କ, ଦିବ୍ୟାଙ୍ଗ ଓ ଯାତ୍ରୀମାନେ ସହଜରେ ଗୋଟିଏ ପ୍ଲାଟଫର୍ମରୁ ଆଉ ଗୋଟିଏ ପ୍ଲାଟଫର୍ମକୁ ଯାତାୟାତ କରିପାରିବେ। ବାଲେଶ୍ଵର ଷ୍ଟେସନର ଆଧୁନିକୀକରଣ ପାଇଁ ରେଳ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଆଗାମୀ ଦିନରେ ଏହି ଷ୍ଟେସନ ମଡେଲ ଷ୍ଟେସନର ରୂପ ପାଇବ। ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଷଡ଼ଙ୍ଗୀ, ବିଧାୟକ ସ୍ବରୂପ କୁମାର ଦାସଙ୍କ ସମେତ ଡିଆରଏମ୍‌ ମନୋରଂଜନ ପ୍ରଧାନ, ଖଡ଼ଗପୁର ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ରାଜେଶ କୁମାର ଓ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe