ଗୋଟିଏ ଭୋଟ୍‌ ପାଇଁ ଆସିଲା ନୂଆ ଇଭିଏମ୍‌

Advertisment
ପଦ୍ମପୁର: ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆଣିଲା ବିଜେପି

Election Commission of India

ରାମଚନ୍ଦ୍ରପୁର : କେନ୍ଦୁଝରରେ ଗୋଟିଏ ଭୋଟ୍‌ ପାଇଁ ଏକ ନୂଆ ଇଭିଏମ୍‌ ମେସିନ୍‌ ଆସିବା ଭଳି ଘଟଣା ଦେଖିବାକୁ ମିଳିଛି।

ଘସିପୁରା ନିର୍ବାଚନମଣ୍ଡଳୀର ଗଁପୁର ପଞ୍ଚାୟତ ଅଙ୍ଗାରୁଆର ୨୯୪ ନମ୍ବର ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁଁ ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟା ବେଳେ ବୁଥ୍‌ରେ ମାତ୍ର ଜଣେ ଭୋଟର ଥିଲେ। ସେ ହେଉଛନ୍ତି ବସନ୍ତ ଯେନା। ବସନ୍ତ ସାଂସଦ ପ୍ରାର୍ଥୀଙ୍କୁ ପ୍ରଥମ ଭୋଟ ଦେଇସାରିବା ପରେ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍‌କୁ ଯାଇଥିଲେ। ବଟନ ଦାବିଲେ, ମାତ୍ର ଭୋଟ ହେଲାନି। ଅଚଳ ହୋଇଗଲା ମେସିନ। ଶେଷରେ ତାଙ୍କ ପାଇଁ ଆସିଲା ଆଉ ଏକ ଇଭିଏମ୍‌।

ମାତ୍ର, ନିର୍ବାଚନ‌ ଦାୟିତ୍ବରେ ଥିବା ଅଧିକାରୀ ବସନ୍ତଙ୍କ ମତଦାନକୁ ସମ୍ପୂର୍ଣ୍ଣ କରିବ‌ା ପାଇଁ ଆଉ ଗୋଟିଏ ନୂଆ ଇଭିଏମ୍‌ ମେସିନ୍‌ ମଗାଇଥିଲେ। ନୂଆ ମେସିନ୍‌ ଆସିବା ପରେ ବସନ୍ତ ନିଜ ପସନ୍ଦର ବିଧାୟକ ପ୍ର‌ାର୍ଥୀଙ୍କୁ ଭୋଟ ଦେଇଥିଲେ। ଏହି ଘଟଣା ଆଜି ସେଠା‌େର ଚର୍ଚ୍ଚାର ବିଷୟ ପାଲଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe