ସମ୍ବଲପୁର : ବୁଧବାର କୁମାର ପୂର୍ଣ୍ଣିମା ଅବସରରେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ନୂତନ ଧ୍ବଜାରୋହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୂଆ ଧ୍ବଜାକୁ ପୂଜା କରାଯିବା ପରେ ୭ଥର ମନ୍ଦିର ପରିକ୍ରମା ସହ ଉପରକୁ ନିଆ ଯାଇଥିଲା। ୭ଟି ମହାଦୀପ ମଧ୍ୟ ମନ୍ଦିର ଉପରକୁ ଉଠିଥିଲା। ରାତି ପ୍ରାୟ ୮ଟା ୫୦ ରେ ସେବାୟତ ଟୁନୁ ସ୍ବାଇଁ ନୂଆ ଧ୍ବଜାକୁ ମନ୍ଦିର ଚୂଡ଼ାରେ ବାନ୍ଧିଥିଲେ। ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଧ୍ବଜାରୋହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ଓ ସ୍ଥାନୀୟ ଲୋକେ ମନ୍ଦିର ବାହାରେ ରହି ଧ୍ବଜାରୋହଣ ଦେଖିଥିଲେ। ପରଂପରା ରକ୍ଷା ପାଇଁ ଧ୍ବଜାରୋହଣ ବେଳେ ବନାଟି ଖେଳ, ବାଡ଼ି ଖେଳ ଆଦି ସାମରିକ କଳାକୌଶଳ ପ୍ରଦର୍ଶନ କରା ଯାଇଥିଲା।
ସମଲେଶ୍ୱରୀ ମନ୍ଦିରରେ ନୂତନ ଧ୍ୱଜାରୋହଣ
Advertisment
Follow Us