୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ

ବିଭିନ୍ନ ରେଳପଥ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ଜଳସେଚନ ପ୍ରକଳ୍ପର ଜମି ଅଧିଗ୍ରହଣ କାର୍ଯ୍ୟ ତ୍ୱରାନ୍ୱିତ ହେବ

୨୬,୫୦୦ ଏକର ରାଜସ୍ୱ ପତିତ ଜଙ୍ଗଲ ଜମିରେ ହେବ ନୂତନ ବନୀକରଣ

ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ୨୬,୫୦୦ ଏକର ରାଜସ୍ୱ ଜଙ୍ଗଲ ପତିତ ଜମି ଗତ ଏକ ମାସ ମଧ୍ୟରେ ଚିହ୍ନଟ କରାଯାଇ ଜଙ୍ଗଲ ବିଭାଗକୁ ନୂତନ ବନୀକରଣ ନିମନ୍ତେ ହସ୍ତାନ୍ତର କରାଯାଇ ଅଛିା ସରକାରଙ୍କର ଏହି ଅଭିନବ ଆଭିମୁଖ୍ୟ ଓ ପ୍ରୟାସ ଦ୍ୱାରା ଭବିଷ୍ୟତରେ ସବୁଜ ବଳୟ ସୃଷ୍ଟି ହେବା ସହ ପରିବେଶ ସନ୍ତୁଳନ ଦିଗରେ ଏହା ସହାୟକ ହୋଇପାରିବା ଅନ୍ୟପକ୍ଷରେ ଏହାଦ୍ୱାରା ବିଭିନ୍ନ ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜଙ୍ଗଲ ଜମି ଭରଣା ହେଇପାରୁଥିବାରୁ ସରକାରୀ ପ୍ରକଳ୍ପଗୁଡିକ ଅନାୟାସରେ ସମ୍ପୂର୍ଣ୍ଣ ହୋଇପାରିବା ସ୍କୁଲ ଓ କଲେଜଗୁଡ଼ିକୁ ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବାକୁ ରାଜସ୍ୱ ବିଭାଗ ପକ୍ଷରୁ ପ୍ରକ୍ରିୟା ଜାରି
ରହିଛିା ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଯୁକ୍ତ-୨ ଓ ଡିଗ୍ରୀ କଲେଜର ଅଧ୍ୟକ୍ଷ, ତହସିଲଦାର ଓ ଜିଲ୍ଲାପାଳଙ୍କ ପ୍ରତିନିଧିଙ୍କୁ ନେଇ କମିଟି ଗଠନ କରାଯାଇ ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛିା

ଏହି କମିଟି ଜମିଜମା ସମସ୍ୟାକୁ ସମାଧାନ କରି ରାଜସ୍ୱ ବିଭାଗକୁ ଜଣାଇବୋ ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ସେହିସବୁ ଅନୁଷ୍ଠାନକୁ ଜମିପଟ୍ଟା ପ୍ରଦାନ କରାଯିବା ଏହି ସଂପର୍କିତ ଏକ ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତିା ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ ଓ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ୱତନ୍ତ୍ର ଜମି ଗ୍ରହଣ ଅଧିକାରୀମାନେ ଯୋଗଦେଇଥିଲୋ

ରେଳୱେ, ଜାତୀୟ ରାଜପଥ, ରାଜ୍ୟ ରାଜପଥ ପରି ରାଜ୍ୟରେ ବିଭିନ୍ନ ପ୍ରକାର ଉନ୍ନତିମୂଳକ ତଥା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭତ୍ତିିରେ ସମାପନ କରିବାକୁ ଅତିରିକ୍ତ ଜିଲ୍ଲାପାଳମାନଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲୋ ଲଘୁ ଖଣିଜ ପଦାର୍ଥ ଉତ୍ସଗୁିକରୁ ନିୟମିତ ରାଜସ୍ୱ ଆଦାୟ, ବେଆଇନ ଉଠାଣ ଓ ଚୋରି ରୋକିବା ସହ ଲଘୁ ଖଣିଜ ଉତ୍ସଗୁିକର ସ୍ଥାୟୀ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ
ନିର୍ଦ୍ଦେଶ ଦିଆଯାଇଥିଲାା

ଏଠାରେ ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିୟମିତ ଭାବେ ସମୀକ୍ଷା ବୈଠକ କରି ର୍ନିଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe